ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିର ଖୋଲିବାକୁ ସେବାୟତଙ୍କ ଦାବି

ଚଣ୍ଡିଖୋଲ: ସ୍ଥାନୀୟ ପ୍ରଶାସନର ଅନୁମତି ପରେ ଖୋଲିବ ମନ୍ଦିର ।  ଏ ନେଇ ଅଗଷ୍ଟ ଗାଇଡଲାଇନ୍‌ରେ ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ଆଉ ଏହା ପରେ ଯାଜପୁର ଜିଲ୍ଲାର ପ୍ରମୁଖ ଶୈବ ପୀଠ ମହାବିନାୟକ ଶୈବ ପୀଠ ସର୍ବସାଧାରଣଙ୍କ ନିମନ୍ତେ ଖୋଲିବା ପାଇଁ ସେବାୟତମାନେ ଦାବି କରିଛନ୍ତି । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ମନ୍ଦିର ଗୁଡିକ ଦୀର୍ଘ ଦିନ ଧରି ବନ୍ଦ ରହିଛି । ଯେଉଁଥି ପାଇଁ ଭକ୍ତକୁ ମନ୍ଦିର ଆସିବା ପାଇଁ ବାରଣ କରାଯାଇଛି. ମନ୍ଦିର ପରିସର ଖାଁ ଖାଁ ହୋଇ ପଡିଛି । ବର୍ଷ ବର୍ଷ ଧରି ମନ୍ଦିର ଦାନ ଦକ୍ଷୀଣାରେ କରି ନିଜ ପରିବାର ଚଳାଉ ଥିବା ସେବାୟତ ମାନେ ଆର୍ଥିକ ସଂକଟରେ ଗତି କରୁଛନ୍ତି । ଭକ୍ତ ନଆସିବାରୁ ମନ୍ଦିର ଓ ସେବାୟତ ଉଭୟ ପ୍ରଭାବିତ ହେଉଛନ୍ତି । ଏହା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଭକ୍ତମାନେ ମନ୍ଦିର ବାହାରୁ ଦର୍ଶନ କରି ଫେରୁଛନ୍ତି ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହି ଥିବାରୁ ଉଭୟ ସେବାୟତ ଓ ଭକ୍ତମାନେ ମନ୍ଦିର ଖୋଲିବା ପାଇଁ ଦାବି କରିଛନ୍ତି । ଆସନ୍ତା ବୁଧବାର ଦିନ ଯାଜପୁର ମା ବିରଜା ଙ୍କ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ମହାବିନାୟକ ମନ୍ଦିର ଖୋଲିବାକୁ ପ୍ରଶାସନ ଅନୁମତି ଦେବ ବୋଲି ଆଶାବ୍ୟକ୍ତ କରିଛନ୍ତି ସେବାୟତ ।

ଏଥିସହିତ ପଢ଼ନ୍ତୁ: ଆଖଣ୍ଡଳମଣିଙ୍କ ପୀଠରେ କରୋନା କଟକଣାକୁ ନମାନି ଶ୍ରାବଣଯାତ୍ରା

Leave a Reply