ଆକାଉଣ୍ଟ ଖୋଲିବା କହି ଆବାସ ଟଙ୍କା ଚଳୁ, ଭଙ୍ଗା ଆଜବେଷ୍ଟ ଘରେ କଟୁଛି ଶଙ୍କରଙ୍କ ଦିନ

1 min read
PM Awas Yojna

ବାଲେଶ୍ୱର: ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ । ଘର ନିର୍ମାଣ ନକରି ଉଠିଛି ଟଙ୍କା । ୭୦ ବର୍ଷୀୟ ବୃଦ୍ଧଙ୍କଠାରୁ ଅତି ଚତୁରତାର ସହିତ ଆବଶ୍ୟକ କାଗଜପତ୍ର ନେଇ ଟଙ୍କାକୁ ଚଳୁ କରାଯାଇଛି । ଯାହା ସରକାରଙ୍କ ରୁରାଲ ହାଉସିଂ ପୋର୍ଟାଲ ଓ୍ୱେବ୍‌ସାଇଟ୍‌ରୁ ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଝାଡ଼ପିମ୍ପଳ ଗାଁର ଘଟଣା । ଶଙ୍କର ଦଣ୍ଡପାଟଙ୍କ ନାଁରେ ଘର କରିବା ପାଇଁ ଟଙ୍କା ଉଠାସରିଛି । ହେଲେ ଏବେ ସୁଦ୍ଧା ଶଙ୍କରଙ୍କ ପାଖରେ ପହଞ୍ଚିନି ଟଙ୍କା । ଏବେ ବି ସେଇ ଭଙ୍ଗା ଆଜବେଷ୍ଟସ୍ ଘରେ ଦିନ କାଟୁଛନ୍ତି । ଘରେ ଖଣ୍ଡେ କବାଟ ବି ଲାଗିନାହିଁ । କିନ୍ତୁ ଶଙ୍କରଙ୍କ ନାଁରେ ଆବାସ ଯୋଜନାରେ ଆସିଥିବା ପକ୍କାଘର ଟଙ୍କା ଡ୍ର ହୋଇସାରିଛି ।

୨୦୧୭-୧୮ ଆର୍ଥିକବର୍ଷରେ ଶଙ୍କର ନାଁରେ ଆବାସ ଯୋଜନାରେ ଘର ଆସିଥିଲା । ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ କହି ଶଙ୍କରଠାରୁ କାଗଜପତ୍ର ନେଇଥିଲେ ଜିଆରଏସ୍‌ । ହେଲେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବା ତ ଦୂରର କଥା ତିନିଟି କିସ୍ତିରେ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଜଳେଶ୍ୱର ବିଡିଓଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠନ ହେବ ବୋଲି ସେ କହିଛନ୍ତି ।

ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଯୋଜନାରେ ଆସୁଥିବା ଟଙ୍କା ଚଞ୍ଚକତା କରି ଉଠାଯାଉଥିବା ବେଳେ ଏହି ଘୋଟାଲାରେ ଆଉ କେଉଁମାନେ ସାମିଲ ଆଛନ୍ତି, ତାହା ସଠିକ୍ ତଦନ୍ତ ହେଲେ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତୁରନ୍ତ ଶଙ୍କରଙ୍କୁ ଘର ଦିଆଯାଉ ଏବଂ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

Leave a Reply