ଭୂସ୍ବର୍ଗରେ ବର୍ଷା ବିତ୍ପାତ: ଧସିଲା ମାଟି, ଭୁଶୁଡ଼ିଲା କୋଠା, ଧୋଇଗଲା ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ପୃଥିବୀର ଭୂସ୍ବର୍ମ ଜାମ୍ମୁ ଓ କାଶ୍ମୀରରେ ପ୍ରକୃତିର ତାଣ୍ଡବ ।  ଭୟଙ୍କର ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ । ଧସିଲା କୋଠା ଓ ରାସ୍ତାଘାଟ । ଅନେକ ସ୍ଥାନରେ ହୋଇଛି କୁଆପଥର ବର୍ଷା । ଅଘଟଣରେ ପ୍ରାଣ ହରାଇଛନ୍ତି ୩ ଜଣ ।  ସ୍ଥିତି ଏପରି ହୋଇଛି ଯେ ଭୂସ୍ବର୍ଗରେ ବିଭୀଷିକାମୟ ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟରେ ଅଟକିଛନ୍ତି ହଜାର ହଜାର ଯାନବାହନ ।

ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାମବନ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଶତାଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ନାସରି, ବାନିହାଲର ବହୁ ସ୍ଥାନରେ ଭୂସ୍ଖଳନ ହୋଇଛି । ଜାମ୍ମୁ ଓ ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଧରମକୁଣ୍ଡରେ ଭୂସ୍ଖଳନ ଯୋଗୁଁ ୪୦ରୁ ଅଧିକ ଘର ଭୁଶୁଡ଼ି ଯାଇଛି ।

ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପର୍ଯ୍ୟଟକ ଓ ଯାତ୍ରୀଙ୍କ ଲାଗି ଆଡଭାଇଜରୀ ଜାରି କରାଯାଇଛି । ଦୁଇ ତିନ ଧରି ଜାମ୍ମୁ ଓ କାଶ୍ମୀରରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଶଙ୍କା କରାଯାଉଛି ।