ଶ୍ରୀନଗର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ, ଚଳିତ ବର୍ଷ ୭୮ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

1 min read

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କୀ ନିହତ । ଜାମ୍ମୁ-କାଶ୍ମୀରର ଆଲାମଦାର କଲୋନୀ, ଡାନାମାର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବରପାଇଁ ସୁରକ୍ଷାକର୍ମୀ ସେଠାରେ ପହଞ୍ଚିଥିଲେ । ଉଭୟ ପକ୍ଷରୁ ଗୁଳିଚାଳନାରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀ ଦ୍ବୟ ସ୍କର-ଏ-ତୋଏବାର ସଦସ୍ୟ ବୋଲି ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ କାଶ୍ମୀରରେ ୭୮ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଉଛି। ନିହତ ହୋଇଥିବା ମୋଟ ଆତଙ୍କବାଦୀଙ୍କ ମଧ୍ୟରୁ ୩୯ ଜଣ ଆତଙ୍କବାଦୀ ଲଶ୍କର-ଏ-ତାଇବା ସଂଗଠନର। ଅନ୍ୟ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ, ଅଲ-ବଦର, ଜୈଶ-ଏ-ମହମ୍ମଦ ଏବଂ ଅନସର-ଗାଜୱାଟୁଲ-ହିନ୍ଦ ସହିତ ଜଡିତ ଥିଲେ।

ସେପଟେ ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍। ଜାମ୍ମୁ-କାଶ୍ମୀରର ୪ଟି ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍ ବୁଲୁଥିବା ଦେଖାଯାଇଥିଲା। ରାତି ୮ଟାରୁ ୯ଟା ମଧ୍ୟରେ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା। ସାମ୍ବାର ନନ୍ଦପୁର, ହୀରାନଗର, ଜାମ୍ମୁର ମୀରସାହବ ଓ ସାତବରୀ ଅଞ୍ଚଳରେ ସନ୍ଦଗ୍ଧ ଡ୍ରୋନ ଉଡୁଥିବା ନଜର ଆସିଥିଲା। ନନ୍ଦପୁରରେ ସେନା ପକ୍ଷରୁ ଡ୍ରୋନ୍ ଉପରକୁ ଫାୟାରିଂ କରାଯିବା ପରେ ତାହା ଫେରାର ହୋଇଯାଇଥିଲା। ଆନ୍ତର୍ଜାତୀୟ ସୀମାରେ ବାରମ୍ବାର ଡ୍ରୋନ୍ ଦେଖାଯିବାକୁ ନେଇ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ିଯାଇଛି। ଗତ ଜୁନ୍ ୨୭ ତାରିଖରେ ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ବୋମା ବିସ୍ଫୋରଣ ପରେ ସେହି ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳୁଛି । ଯାହା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚିନ୍ତା ବଢ଼ାଇଛି।

 

Leave a Reply