spot_img

Latest Posts

କୋଭିଡ ନିୟମ ଭାଙ୍ଗି ପପୁ ଯାଦଭ ଗିରଫ

ପାଟଣା: ବିହାରର ପୂର୍ବତନ ସାଂସଦ ତଥା ଜନ ଅଧିକାର ପାର୍ଟି ନେତାମ ପପୁ ଯାଦବଙ୍କୁ ପାଟଣା ପୁଲିସ୍ ଗିରଫ କରିଛି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଏହି ଟ୍ୱିଟରେ ଲେଖିଛନ୍ତି ଯେ ମୋତେ ପୋଲିସ୍ ଗିରଫ କରି ପାଟଣାର ଗାନ୍ଧୀ ମୈଦାନକୁ  ନେଇ ଆସିଛି।

ସୂଚନା ଅନୁଯାୟୀ, ପପୁ ଯାଦବ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଲକଡାଉନର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଅମନୌରର ସିଏ କୋଭିଡ୍‌-୧୯ ଉଲ୍ଲଙ୍ଘନ କରିବା ମାମଲାରେ ଶନିବାର ଦିନ ପପୁ ଯାଦବଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଥିଲେ। ଏହାସହ ମଧେପୁରା ସହ ଜଡିତ ଅନ୍ୟ କିଛି ମାମଲା ମଧ୍ୟ ରହିଛି । ପପୁ ଯାଦବ ବିନା ପାସରେ ମଙ୍ଗଳବାର ସକାଳେ ପିଏମସିଏଚର କୋଭିଡ୍ ୱାର୍ଡରେ ପଶି ଯାଇଥିଲେ। ଏହାସହ ସେ ନିଜ ଅଞ୍ଚଳ ମଧେପୁର ଯିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ କରିଥିଲେ ।

ପପୁ ଯାଦବ ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ‘କରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବା ଯଦି ଅପରାଧ, ତାହେଲେ ହଁ ମୁଁ ଅପରାଧୀ । ପିଏମ୍ ସାହେବ, ସିଏମ୍ ସାହେବ ମୋତେ ଫାଶୀ ଦେଇ ଦିଅ, ନହେଲେ ଜେଲ୍ ପଠାଇ ଦିଅ । ମୁଁ ମୁଣ୍ଡ ନୁଆଁଇବି ନାହିଁ, ଅଟକିବି ନାହିଁ । ଲୋକଙ୍କୁ ବଞ୍ଚାଇବି। ବେଇମାନଙ୍କ ମୁଖା ଖୋଲିବା ମୁଁ ଜାରି ରଖିବି।’

Latest Posts

Don't Miss