ଜନଧନ ଖାତା ଥିଲେ ପ୍ରତି ମାସରେ ମିଳିବ ୩ ହଜାର ଟଙ୍କା
ନୂଆଦିଲ୍ଲୀ: ଜନଧନ ଖାତା ଧାରକଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କ ପାଖରେ ଜନଧନ ଆକାଉଣ୍ଟ ଅଛି ତ ଆପଣ ମାସିକ ୩ ହଜାର ଟଙ୍କା ପାଇବେ । ସରକାର ଯେଉଁ ସବୁ ସ୍କିମରେ ଟଙ୍କା ଦେଉଛନ୍ତି । ସେସବୁ ଯୋଜନାରେ ପ୍ରଥମେ ଅର୍ଥ ଜନଧନ ଖାତାକୁ ପଠା ଯାଉଛି ।
କେନ୍ଦ୍ର ସରକାର ମାନଧନ ଯୋଜନାରେ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଯେ କେହି ବି ସାମିଲ୍ ହୋଇ ପାରିବ । ଆଉ କୌଣସି ବ୍ୟକ୍ତି ୬୦ ବର୍ଷ ହେଲା ପରେ ଏହି ସ୍କିମରୁ ଟଙ୍କା ମିଳିବ । ଏଥିରେ ବର୍ଷକୁ ୩୬ ହଜାର ଟଙ୍କା ଯାଏ ମିଳିବ ।
ଏହି ଯୋଜନାର ଲାଭ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ମିଳିବ । ଉଠା ଦୋକାନୀ, ମିଡ୍ ଡେ ମିଲ୍ ୱାର୍କର, ଶ୍ରମିକ, ମୋଚି, ରିକ୍ସା ଚାଳକ, ଭୂମିହୀନ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହାଛଡ଼ା ଯଦି ଆପଣଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ତାହେଲେ ଆପଣ ଏହି ସ୍କିମରେ ଲାଭ ପାଇ ପାରିବେ ।
ଏଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ଦରକାର । ଏହାଛଡ଼ା ଆପଣଙ୍କର ଜନଧନ ଆକାଉଣ୍ଟ ଥିବା ଦରକାର । ଏହି ଯୋଜନାରେ ଆପଣଙ୍କୁ ମାସିକ ୫୫ ଟଙ୍କାରୁ ୨୦୦ ଟଙ୍କା ଯାଏ ପ୍ରିମିୟମ୍ ଦେବାକୁ ପଡ଼ିବ । ଯଦି ଆପଣ ୧୮ ବର୍ଷ ବୟସରେ ସାମିଲ୍ ହେଉଛନ୍ତି ତ ୫୫ ଟଙ୍କା ମାସିକ ଦେବେ । ୩୦ ବର୍ଷ ଉପରେ ମାସିକ ୧୦୦ ଓ ୪୦ ବର୍ଷ ହୋଇଥିଲେ ମାସିକ ୨୦୦ ଟଙ୍କା ଦେବାକୁ ପଡ଼ିବ ।