spot_img

Latest Posts

‘ଲୋକଙ୍କ ନିକଟରେ ଟଙ୍କା ପହଞ୍ଚିବା ଦରକାର’

ଭୁବନେଶ୍ୱର: ଜାତି ନନ୍ଦିଘୋଷ କନ୍‌କ୍ଳେଭ୍‌ ଦ୍ୱିତୀୟ ପର୍ଯ୍ୟାୟରେ ‘ମହାମାରୀ ପରର ଅର୍ଥନୀତି’ ପ୍ରସଂଗରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ପୂର୍ବତନ କୁଳପତି ପ୍ରଫେସର କ୍ଷିତିଶ ଭୂଷଣ  ଦାଶ, ଅର୍ଥନୀତି ବିଶାରଦ ଡ. ବିଜୟ କୁମାର ସାହୁ, ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଅଂଶଗ୍ରହଣ କରିଥିଲେ । ଆଲୋଚନାରେ ଭାଗ ନେଇ ଡ. ବିଜୟ କୁମାର ସାହୁ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଦେଶ ଓ ସବୁ ରାଜ୍ୟ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ବୁଝିସାରିଛନ୍ତି । ଏମଏସଏମଇରେ ୧୫ କୋଟି ବ୍ୟକ୍ତି ରୋଜଗାର ହରାଇଛନ୍ତି ଏଣୁ ବ୍ୟାଙ୍କ ସବସିଡି ଦେଲେ କି ନାହିଁ ତାହା ବଡ଼ ପ୍ରଶ୍ନ ବୋଲି କହିଛନ୍ତି ବିଜୟ କୁମାର ସାହୁ ।ଅପରପକ୍ଷରେ ଜୀବିକା ପାଇଁ ଲମ୍ବା ଅବଧିର ଯୋଜନା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲା ପ୍ରଫେସର କ୍ଷିତିଶ ଭୂଷଣ ଦାସ । ଶିକ୍ଷା କ୍ଷେତ୍ରର ଗବେଷଣାରେ ଓ ଅଧିକ ନିବେଶ ଆବଶ୍ୟକ କହିଛନ୍ତି ପ୍ରଫେସର ଜୟନ୍ତ ମହାପାତ୍ର । କେନ୍ଦ୍ରକୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଅଧିକ ନିବେଶ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣା ରାଜ୍ୟଙ୍କ ଉପରେ ଛଡ଼ା ଯାଇ ପାରିବ ନାହିଁ ବୋଲି କହିଛନ୍ତି ପ୍ରଫେସର ମହାପାତ୍ର ।  । ରୁଗଣ ଶିଳ୍ପ, ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ପଦକ୍ଷେପ ନେବାର ଅଛି । ତେବେ କରୋନା କାଳରେ ଅନ୍ୟ ରାଜ୍ୟଙ୍କ ତୁଳନାରେ ଓଡ଼ିଶାର ଅର୍ଥନୀତି ଭଲ ଅଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ ଉଦ୍‌ଘାଟିତ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Latest Posts

Don't Miss