ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ

1 min read

ପୁରୀ: ମିଛ କହୁଛନ୍ତି ପୁରୀ ବିଜେପି ବିଧାୟକ ପାର୍ଥୀ ଜୟନ୍ତ ଷଡଙ୍ଗୀ । ପୁରୀରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ୫ ବର୍ଷ ମଧ୍ୟରେ ଜୟନ୍ତ କରିଥିବା ନେଇ ବାହାସ୍ପଟ ମାରୁଥିବା ବେଳେ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି  l ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ସ୍ୱର୍ଗଦ୍ୱାର ଉନ୍ନତିକରଣ, ଷ୍ଟାଡିୟମ ଓ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପଛରେ ରହିଛି ରାଜ୍ଯ ସରକାରଙ୍କ ଅବଦାନ । ବିକାଶକୁ ବିରୋଧ କରି ଆସୁଥିବା ସମ୍ବିତ ଓ ଅପରାଜିତାଙ୍କ ସହ ଜୟନ୍ତ କିଭଳି ନେତୃତ୍ୱ ନେଇଥିଲେ ତାହା କାହାକୁ ଅଛପା ନାହିଁ ବୋଲି କହିଛି ବିଜେଡି । ମିଛ ବାରାସ୍ଫୋଟ ମାରି ରାଜନୀତି କଲେ ଲୋକ ଉଚିତ ଜବାବ ଦେବେ ବୋଲି କହିଛି ଦଳ।

ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବିଜେପି ପ୍ରାର୍ଥୀ । ଲିଫଲେଟ୍ ଦେଖାଇ ମାରୁଛନ୍ତି ବାହାସ୍ଫୋଟ । ହେଲେ ସବୁ ବୁଝିଛନ୍ତି ଭୋଟର । ଲୋକଙ୍କୁ ଠକିଲେ ମିଳିବ ଉଚିତ ଜବାବ । ପୁରୀ ବିକାଶ ନେଇ ରାଜ୍ୟସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧକ୍ଷଙ୍କ ଅବଦାନ ଅବିସ୍ମରଣୀୟ  l ପରିକ୍ରମା ପ୍ରକଳ୍ପ ସମେତ ସ୍ୱର୍ଗଦ୍ୱାର ଉନ୍ନତିକରଣ, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ, ଆନ୍ତର୍ଜାତୀୟ ବିମାନ ବନ୍ଦର କରିବା ପଛରେ ସରକାରଙ୍କର ରହିଛି ଯଥେଷ୍ଟ ଅବଦାନ । ଗତ ୫ ବର୍ଷ ମଧ୍ୟରେ ହୋଇଥିବା ପୁରୀରେ ବିକାଶ, ତାଙ୍କ ଯୋଗୁଁ ସମ୍ଭବ ହୋଇଥିବା ଦାବି କରିଛନ୍ତି ବିଧାୟକ ଥିବା ଜୟନ୍ତ ଷଡ଼ଙ୍ଗୀ । ଏ ନେଇ ସେ ସ୍ୱତନ୍ତ୍ର ଲିଫ୍ଟଲେଟ ପ୍ରସ୍ତୁତ କରି ଲୋକଙ୍କୁ ଭେଟୁଛନ୍ତି । ପରିକ୍ରମା ପ୍ରକଳ୍ପକୁ ଯେଉଁମାନେ ବିରୋଧ କରୁଥିଲେ ତାଙ୍କ ସହ ଜୟନ୍ତ ଷଡଙ୍ଗୀ ଙ୍କ ସହଯୋଗ ରହିଥିଲା । ଏହାକୁ ଭୋଟର ଭଲଭାବେ ବୁଝି ସାରିଛନ୍ତି । ତେଣୁ ମିଛ କହି ଲୋକଙ୍କୁ ଭୁଆଁ ବୁଲାଇଲେ ନିର୍ବାଚନରେ ଉଚିତ ଜବାବ ମିଳିବ ବୋଲି କହିଛନ୍ତି ବିଜେଡିର ପୂର୍ବତନ ନଗରପାଳ ।

ବିଜେପି ପକ୍ଷରୁ ଏଭଳି ମିଛ ଲିଫ୍ଟଲେଟ ପୁରୀ ସହରରେ ବଣ୍ଟାଯିବା ଘଟଣାକୁ   ଜାଣିଛନ୍ତି ପୁରୀ ସହରବାସୀ  l ପ୍ରତ୍ୟକ ଦିନ ବଡି ଭୋର ରୁ ଫାଇଭ-ଟି ଅଧ୍ଯକ୍ଷ ପୁରୀ ଆସି ବିକାଶ ମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ l ବିକାଶ ପାଇଁ ଆଗାମୀ ନିର୍ବାଚନରେ ଶ୍ରୀକ୍ଷେତ୍ରବାସୀ  ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ ବୋଲି ମନସ୍ଥ କରିଛନ୍ତି  l ଲୋକଙ୍କୁ ମିଛ କହି ଭ୍ରମିତ କରିବାକୁ ବିଜେପିର ପ୍ରଚେଷ୍ଟାକୁ ପୁରୀ କେବେବି ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା ।