ଭିଜିଲାନ୍ସ ଜାଲରେ ପୋଲିସ୍ ବାବୁ

ଜୟପୁର: ଭିଜିଲାନ୍ସ ଜାଲରେ ପୋଲିସ୍ ବାବୁ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ  ଧରାପଡିଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ୫ ହଜାର ଟଙ୍କା,  ଜଣେ ବ୍ୟବସାୟଙ୍କ ମାଧ୍ୟମରେ ଲାଞ୍ଚ ମାଗିଥିଲେ । ଗାଡ଼ି ମାଲିକ ବ୍ୟବସାୟଙ୍କୁ ୫ ହଜାର ଟଙ୍କା ଦେଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଗାଡିଚାଳକଙ୍କୁ ରଙ୍ଗ ବୋଳା ଟଙ୍କା ଦେଇଥିଲା । ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବାବେଳେ ଜୟପୁର ପୁରୁଣା ଏସଡିପିଓଙ୍କ ଆବାସ ଗୃହ ନିକଟରେ ଧରିଥିଲା ଭିଜିଲାନ୍ସ ଟିମ୍ । କେମିକାଲ ପରୀକ୍ଷା ପରେ ଏ ଏସ୍ ଆଇ ଅନିଲ କୁମାର ନାୟକଙ୍କୁ ଜୟପୁର ଭିଜିଲାନ୍ସ ଗରିଫ କରିଛି । ଘଟଣାରେ ଦୁଇ ଜଣ ସାକ୍ଷ୍ୟ ନିମନ୍ତେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ କିରାଣୀଙ୍କୁ ନେଇଛି ଭିଜିଲାନ୍ସ ଟିମ୍ ।