ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୭ ଆସନ ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଜେଡିୟୁ । ପ୍ରଥମ ପର୍ଯ୍ୟାୟରେ ଦଳ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ଲିଷ୍ଟରେ କୌଣସି ମୁସଲିମ ଚେହେରାଙ୍କ ନାମ ନାହିଁ । ଏନଡିଏ ଗଠବନ୍ଧନରେ ଜେଡିୟୁକୁ ୧୦୧ଟି ସିଟ୍ ମିଳିଛି । ତେଣୁ ଦଳ ଆଗାମୀ ଦିନରେ ଅବଶିଷ୍ଟ ଆସନରେର ପ୍ରାର୍ଥୀ ଘୋଷଣା କରିବ । ପ୍ରାର୍ଥୀଙ୍କ ନାମ ଉପରେ ଅନ୍ତିମ ମୋହର ମାରିଛନ୍ତି ନୀତିଶ କୁମାର । ନାମାଙ୍କର ଦାଖଲ କରି ସାରିଥିବା କିଛି ନେତାଙ୍କ ନାମ ଏହି ଲିଷ୍ଟରେ ରହିଛି । ଜେଡିୟୁ ତରଫରୁ ଜାରି କରାଯାଇଥିବା ଲିଷ୍ଟରେ ଜାତିଗତ ସମୀକରଣକୁ ଫୋକସ୍ କରାଯାଇଛି ।