କୁର୍ସି ପାଇଁ ପକ୍ଷ ପରିବର୍ତ୍ତନ କରୁଛନ୍ତି ନୀତିଶ କୁମାର : ମଲ୍ଲିକାର୍ଜୁନ ଖଡଗେ

1 min read

ନନ୍ଦିଘୋଷ ବ୍ୟୁରୋ:  ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ହେଲାଣି କଂଗ୍ରେସ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବକ୍ସରରେ କରିଛନ୍ତି ସାଧାରଣ ସଭା। ସେଥିରେ ସେ ବିଜେପି-ଜେଡିୟୁ ସରକାରଙ୍କୁ ସମାଲୋଚନା କରିବା ସହ କୁର୍ସି ଲାଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସବୁ କିଛି କରିପାରନ୍ତି ବୋଲି କହିଛନ୍ତି । ଦଲସାଗର ଷ୍ଟାଡିଅମରେ ଆୟୋଜିତ ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ରାଲିରେ ଯୋଗଦେଇ ସେ ଏନଡିଏ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଆହ୍ବାନ ଦେଇଛନ୍ତି । ଯେଉଁ ଶକ୍ତି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଛି ସେହି ଶକ୍ତି ସହ ଜେଡିୟୁ ହାତ ମିଳାଇଛି ବୋଲି ଖଡଗେ କହିଛନ୍ତି। ସେହିପରି ବିହାର ଲାଗି କେନ୍ଦ୍ର ଘୋଷଣା କରିଥିବା ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପ୍ୟାକେଜ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ନ୍ୟାସନାଲ ହେରାଲଡ ମାମଲାରେ ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ।