ଗଣଦୁଷ୍କର୍ମ ମାମଲା, ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ସହ ଜରିମାନା

Jharasuguda Gang Rape Case, 3 Accused Convicted For 20 Year

ଝାରସୁଗୁଡ଼ା: ବନହରପାଲି ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ । ରମାକାନ୍ତ ନାୟକ, ପ୍ରକାଶ ନାଏକ ଓ ବାବଲୁ ମିର୍ଦ୍ଧାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରାଜଜ ।

Jharasuguda Gang Rape Case, 3 Accused Convicted For 20 Year

୨୦୧୫ ମସିହା ଜୁନ୍ ୨୩ ତାରିଖରେ ବନହରପାଲି ଅଞ୍ଚଳର ଜଣେ ମହିଳା ନିକଟସ୍ଥ ଡୁଙ୍ଗୁରିକୁ ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ଜଣକ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବୁଧବାର ଝାରସୁଗୁଡ଼ା ଜିଲ୍ଲା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରା ଜଜ ହର ପ୍ରସାଦ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ଦୁଷ୍କମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତମାନେ ଜରିମାନା ପୈଠ ନକଲେ ସେମାନଙ୍କ ଜେଲ ଦଣ୍ଡାଦେଶ ଆହୁରି ୬ ମାସ ଯାଏ ବୃଦ୍ଧି କରାଯିବ ବୋଲି ଶ୍ରୀ ପଟ୍ଟନାୟକ ରାୟ ପ୍ରକାଶ କରିଛନ୍ତି । ୧୯ ଜଣ ସାକ୍ଷୀଙ୍କୁ ପଚରାଉଚରା କରିବା ପରେ ମାନ୍ୟବର କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ପୀଡିତାଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ସତପାଲ ସିଂ ମାମଲଟିକୁ ପରିଚାଳନା କରିଥିଲେ ।

Leave a Reply