spot_img

Latest Posts

ହାୱାଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ଯୁତ, ୨ ଯାତ୍ରୀ ମୃତ ଓ ଦେଢଶହରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ : ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ। ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନଚ୍ଯୁତ ହୋଇଛି ହାୱଡା ମୁମ୍ବାଇ ଏକ୍ସପ୍ରେସ। ଟ୍ରେନର ୧୮ଟି ବଗି ଲାଇନଚ୍ଯୁତ ହୋଇଛି। ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେଇ ଟ୍ରେନ ଲାଇନଚ୍ଯୁତ ହୋଇଥିବା ଜଣାପଜିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୧୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଭୋର ପ୍ରାୟ ୩ଟା ୪୫ ମିନିଟ ସମୟରେ ଲାଇନଚ୍ଯୁତ ହୋଇଥିଲା ଏହି ଟ୍ରେନ। ଆହତଙ୍କୁ ଉଦ୍ଧାର ଲାଗି ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିବାରେ ଲାଗିଛନ୍ତି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳ ଅଭିମୁଖେ ଏନଡିଆରଏଫର ଟିମ ବାହାରିଛି। ଟ୍ରେନ ଲାଇନଚ୍ଯୁତ ନେଇ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି ହୋଇଛି।

ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪
ଚକ୍ରଧରପୁର -୦୬୫୮୭୨୩୮୦୭୨
ରାଉରକେଲା – ୦୬୬୧୨୫୦୧୦୭୨
ହାୱଡା – ୯୪୩୩୩୫୭୯୨୦
ରାଞ୍ଚି- ୦୬୫୧୨୭୮୭୧୧୫

Latest Posts

Don't Miss