ଜଳପ୍ରପାତରେ ବୁଡ଼ିଗଲେ ୪ ଡାକ୍ତର, ଚାଲିଗଲା ଜଣଙ୍କର ଜୀବନ

ନନ୍ଦିଘୋଷ ବ୍ୟୁରୋ: ଜଳପ୍ରପାତରେ ମସ୍ତି କରିବା ମହଙ୍ଗା ପଡ଼ିଛି ଇଣ୍ଟର୍ନ ଡାକ୍ତରଙ୍କୁ । ସାଥୀ ହୋଇ ଯାଇଥିବାବେଳେ ୪ ଜଣ ବୁଡ଼ି ଯାଇଥିଲେ ଆଉ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏଭଳି ଏକ ଦୁଃଖଦ ଖବର ଆସିଛି ଝାଡ଼ଖଣ୍ଡରୁ । ରାଜଧାନୀ ରାଞ୍ଚିର ସବୁଠାରୁ ବଡ଼ ହସ୍ପିଟାଲ ରିମ୍ସର ୨୬ ଜଣ ଇଣ୍ଟର୍ନ ଡାକ୍ତର ପିକନିକ ପାଇଁ ଯାଇଥିଲେ । ରାଞ୍ଚିଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ପୋଓ୍ବାଘା ଓ୍ବାଟରଫଲକୁ ଯାଇଥିଲେ । ଏମାନେ ଏଠାରେ ଗାଧୋଉଥିବାବେଳେ ୪ ଜଣ ବୁଡ଼ି ଯାଇଥିଲେ ।
ସାଥୀ ଇଣ୍ଟର୍ନ ଡାକ୍ତରମାନେ ବୁଡ଼ିଯିବା ପରେ ପାଟି କରିଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଶେଷରେ ଉଦ୍ଧାର ହୋଇଥିଲେ ଅଭିଶେକ । ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ପ୍ରଥେମ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ରିମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ । ମାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଖବର ପ୍ରଚାର ହେବା ପରେ ରିମ୍ସରେ ଶୋକର ଛାୟା ଖେଳିଯାଇଛି । ଅଭିଶେକଙ୍କ ପରିବାର ମହାରାଷ୍ଟ୍ରରେ ରହୁଥିବାବେଳେ ଖବର ପାଇଁ ପୁଅ ପାଖକୁ ଆସୁଛନ୍ତି ।