୩ ସପ୍ତାହ ପାଇଁ ବନ୍ଦ ରହିବ ସାପ୍ତାହିକ ହାଟ, ଅନ୍ୟତ୍ର ସ୍ଥାନାନ୍ତର ହେବ ଦୈନିକ ବଜାର

1 min read
Jharsuguda DM Suspends Weekly Hat For 3 Week In View Of Covid

ଝାରସୁଗୁଡ଼ା: ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । ଜିଲ୍ଲାରେ ବନ୍ଦ ରହିବ ସାପ୍ତାହିକ ହାଟ । ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୩ ସପ୍ତାହ ଲାଗି ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ ।

ଏଥିସହ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଲୋକଙ୍କ ଗହଳି ରୋକିବାକୁ ପନିପରିବା ଓ ଆମିଷ ବଜାରକୁ ଭାଗ ଭାଗ କରି ଅନ୍ୟତ୍ର ଖୋଲା ସ୍ଥାନରେ ବସାଇବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କୋଭିଡ୍ ବିରୋଧୀ ଯୁଦ୍ଧ ଜିତିବା ଲାଗି ଏଥିରେ ସହଯୋଗ କରିବା ଲାଗି ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୩ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ଏଯାବତ୍ ଜିଲ୍ଲାରେ ୮ ହଜାର ୨୬ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୭ ହଜାର ୯୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଜିଲ୍ଲାରେ ୬୧ ଜଣ ସକ୍ରିୟ କରୋନା ସଂକ୍ରମିତ ଥିବାବେଳେ ୨୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply