ଝାରସୁଗୁଡ଼ାରେ ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳ, ରେଲୱେ କଲୋନୀ ଅଞ୍ଚଳରେ ଗୁଳିମାଡ଼

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ାରେ ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳ। ପରେ ହେଲା ଗୁଳିମାଡ଼। ସୂଚନା ଅନୁସାରେ, ଝାରସୁଗୁଡା ରେଲୱେ କଲୋନୀ ଅଞ୍ଚଳରେ ରହୁଥିବା ଦଶରଥ ସୁନାଙ୍କ ଘରେ ଆଜି ସକାଳୁ ୬ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ଘରକବାଟରେ ବାଜିଛି ଗୁଳି । ଅଳ୍ପକେ ବର୍ତ୍ତିଛନ୍ତି ଦଶରଥଙ୍କ ପରିବାର ଲୋକେ। ଗୁଳି ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।  ଝାରସୁଗୁଡା ଜିଆରପି ଘଟଣାସ୍ଥଳରୁ ୬ ରାଉଣ୍ଡ ଖୋକା ଜବତ କରିଛି। ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।