ଋଷକୁ ସାରା ବିଶ୍ୱ ବିରୋଧ କରୁଥିବା ବେଳେ ଚେତାବନୀ ଦେଲେ ଜୋ ବାଇଡେନ

1 min read

କିଭ୍: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । କହିଛନ୍ତି, ଆଗକୁ ଚାଲିବ ଦୀର୍ଘକାଳୀନ ଯୁଦ୍ଧ । ପୋଲାଣ୍ଡ ଗସ୍ତରେ ଯାଇଥିବା ବାଇଡେନ କହିଛନ୍ତି, ୟୁକ୍ରେନ ବିବାଦରେ ଋଷର କୌଶଳଗତ ଯୋଜନା ବିଫଳ ହୋଇଛି । ଋଷକୁ ସାରା ବିଶ୍ବ ବିରୋଧ କରିବା ଆବଶ୍ୟକ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ଷମତାରେ ରହିପାରିବେ ନାହିଁ ।

ସେପଟେ ହ୍ବାଇଟ୍ ହାଉସ କହିଛି, ବାଇଡେନଙ୍କ ଏହା କହିବାର ଅର୍ଥ ପଡ଼ୋଶୀ ରାଷ୍ଟ୍ର ବା ଅଞ୍ଚଳରେ ପୁଟିନଙ୍କୁ ନିଜର କ୍ଷମତା ପ୍ରୟୋଗ କରିବାକୁ ଅନୁମତି ଦିଆଯିବ ନାହିଁ । ନାଟୋ ସୀମାର ଏକ ଇଞ୍ଚ ଜାଗା ଉପରେ ବି ଆଖି ନପକାଇବା ଲାଗି ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ବାଇଡେନ ।

ବାଇଡେନ ପୋଲାଣ୍ଡର ଦକ୍ଷିଣ ପୂର୍ବାଞ୍ଚଳକୁ ଯାଇ ସେଠାରେ ଆମେରିକୀୟ ସୈନ୍ୟଙ୍କୁ ଭେଟିବା ସହ ଶରଣାର୍ଥୀଙ୍କୁ ସହାୟତା ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ । ସେପଟେ ତୈଳ ଉତ୍ପାଦନ ପରିମାଣ ବଢାଇବା ଲାଗି ବିଭିନ୍ନ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

Russia Ukraine War Former Female Spy Revealed Putin's Secret

ସୂଚନା ଥାଉ କି, ୟୁ୍କ୍ରେନ୍ ମାସେ ହେବ ଯୁଦ୍ଧ ଚାଲିଛି । ଉଭୟ ଦେଶ ଅନେକ ଥର ଆଲୋଚନା ପାଇଁ ଏକାଠି ହେଲେଣି ତଥାପି ଯୁଦ୍ଧ ଭୂଇଁରେ ସ୍ଥିତି କିଛି ବି ବଦଳିନି । ଅନ୍ୟପଟେ ନାଟୋରେ ସାମିଲ୍ ହେବେ ନାହିଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଯଦିଓ କହିଛନ୍ତି, ତଥାପି ତାଙ୍କ ସ୍ୱର ନରମ ପଡ଼ିନି । ନିଜେ ଜେଲେନସ୍କି କହିଛନ୍ତି ୟୁକ୍ରେନ୍ ହାର୍ ମାନିବ ନାହିଁ । ଋଷକୁ ମୁହଁତୋଡ଼ ଜବାବ ଦେବ ।