ଜନସନ୍ ଆଣ୍ଡ ଜନସନର ଦାବି, ଡେଲ୍ଟା ସହ ସବୁ ଭାରିଆଣ୍ଟ ଉପରେ ପ୍ରଭାବୀ ସିଙ୍ଗଲ୍ ଡୋଜ୍ ଟିକା

Johnson And Johnson Claims Single Dose Anti Covid Vaccine Is Effective On Every Variant

ନୂଆଦିଲ୍ଲୀ: ଆମେରିକୀୟ ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଦାବି କରିଛି, କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗଲ୍ ଡୋଜ୍ କୋଭିଡ୍ ଟିକା ଡେଲ୍ଟା ଭାରିଆଣ୍ଟକୁ ମାତ୍ ଦେବାରେ ସକ୍ଷମ । ସିଙ୍ଗଲ୍ ଡୋଜ୍ ଟିକା ଗମ୍ଭୀର ରୋଗୀଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ପ୍ରଭାବୀ । କମ୍ପାନୀ ଦାବି କରିଛି ଏହି ସିଙ୍ଗଲ୍ ଡୋଜ୍ ଟିକା ନେଲେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ନାହିଁ, ମୃତ୍ୟୁ ହେବନି । ଜନସନ୍ ଆଣ୍ଡ ଜନସନର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ପାଲ୍ ଷ୍ଟାଫଲ୍ସ କହିଛନ୍ତି, ଏହି ଟିକା ବିଶ୍ୱବ୍ୟାପୀ ଲୋକଙ୍କ ଜୀବନ ବଞ୍ଚାଇବ ।

କମ୍ପାନୀ ପକ୍ଷରୁ ଦାବି କରାଯାଇଛି, ଭ୍ୟାକ୍ସିନର ପ୍ରଥମ ଡୋଜର ୨୯ ଦିନ ଭିତରେ ଡେଲ୍ଟା ଭାରିଆଣ୍ଟ ନଷ୍ଟ ହୋଇଯାଇଥିଲା । ଦକ୍ଷିଣଆଫ୍ରିକା ଓ ବ୍ରାଜିଲ୍ ସହିତ ବିଶ୍ୱସ୍ତରରେ ଟିକାର ଏକ ପ୍ରକାର ପ୍ରଭାବ ରହିଛି । ତେବେ ବୁଷ୍ଟର ଡୋଜର ଆବଶ୍ୟକତା ନଥିବା କହିଛନ୍ତି ଆଉ ଜଣେ ଅଧିକାରୀ ।

ଟିକା ନେବାର ବର୍ଷେ ଯାଏଁ ବୁଷ୍ଟର ଡୋଜର ଆବଶ୍ୟକତା ନଥିବା କମ୍ପାନୀ କହିଛି । ଭାରତ ସରକାର ଜନସନ୍ ଆଣ୍ଡ ଜନସନ୍ ଟିକା ନେଇ କମ୍ପାନୀ ସହ ଆଲୋଚନା କରୁଛନ୍ତି ।

Leave a Reply