ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡ଼ିଲେ ରାଣୀ ପଣ୍ଡା।, ଗଢିଲେ ନୂଆ ଯାତ୍ରା ପାର୍ଟି

ନନ୍ଦିଘୋଷ ବ୍ୟୁରୋ : ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡ଼ିଲେ ରାଣୀ ପଣ୍ଡା। ଗଢିଲେ ନୂଆ ଯାତ୍ରା ପାର୍ଟି । କିଛି ଦିନ ତଳେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଦାୟିତ୍ଵ ନେଇଥିଲେ । ମାସେ ନପୁରୁଣୁ ଆଭ୍ୟନ୍ତରୀଣ ବିବାଦ ପାଇଁ ଛାଡ଼ିଥିବା ସାମ୍ବାଦିକ ସମିଳନୀରେ କହିଛନ୍ତି ରାଣୀ। ନିଜର ନୂଆ ଯାତ୍ରା ପାର୍ଟି ନିଜ ବ୍ୟାନରରେ ଗଢିଲେ ଅପେରା” ନାଟ୍ୟ ମଣ୍ଡପ”। ଦମଦାର ନାଟକ ସହିତ ନିଜ ଜୀବନରେ ଘଟିଥିବା ବାସ୍ତବ ଘଟଣାକୁ ନାଟକ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବେ ରାଣୀ । ଜୁଲାଇ ୭ ତାରିଖ ଦିନ ମହୁରତ ଏବଂ ଆଖଡ଼ା ପୂଜା ହେବ । ଅଗଷ୍ଟ ୧୫ରେ ଯାତ୍ରା ପରିବେଷଣ କରିବ ତାଙ୍କ ନିଜ ପାର୍ଟି ବୋଲି ରାଣୀ ପଣ୍ଡା ସୂଚନା ଦେଇଛନ୍ତି । କିଛି ଦିନ ତଳେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ରାଣୀଙ୍କୁ ନେଇଥିଲା। ବୁକିଙ୍ଗ ବି ହୋଇଥିଲେ ନାମୀ ଦାମୀ କଳାକାର। କମିଟି ବି ଭଲ ଲାଭ ଆଶାରେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ବୁକିଙ୍ଗ କରିଥିଲେ । ହେଲେ ଆଭ୍ୟନ୍ତରୀଣ ବିବାଦ ପାଇଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରକୁ ବାଏ ବାଏ କହିଛନ୍ତି ରାଣୀ ।