spot_img

Latest Posts

ଦୁର୍ବ୍ୟବହାରର ବିରୋଧ କରିବାରୁ ଗୁଳିମାରିଲେ ଦୁର୍ବୃତ୍ତ, ଆହତ ସାମ୍ବାଦିକଙ୍କର ଡାକ୍ତରଖାନାରେ ମୃତ୍ୟୁ

ଗାଜିଆବାଦ: ଦିଲ୍ଲୀ ନିକଟରେ ଅବସ୍ଥିତ ଗାଜିଆବାଦରେ ସୋମବାର ରାତି କିଛି ଦୁର୍ବୃତ୍ତ ଜଣେ ସାମ୍ବାଦିକଙ୍କୁ ଗୁଳି ମାରିଥିଲେ । କାରଣ ସେ ଜୁଲାଇ ୧୬ରେ ନିଜ ଭାଣିଜୀଙ୍କ ସହ ହୋଇଥିବା ଦୁର୍ବ୍ୟବହାର ବିରୋଧରେ ଅଭିଯୋଗ କରିଥିଲେ । ବୁଧବାର ସକାଳେ ସାମ୍ବାଦିକଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ସାମ୍ବାଦିକ ବିକ୍ରମ ଯୋଶୀଙ୍କ ଉପରକୁ ଗୁଳି ଚଳାଇବା ମାମଲାରେ ମଙ୍ଗଳବାର ପୋଲିସ ୯ ଜଣ ଆରୋପୀଙ୍କୁ ଗିରଫ କରିଛି । ଅନ୍ୟପଟେ ଘଟଣାକୁ ନେଇ ଷ୍ଟେସନ ଇନଞ୍ଚାର୍ଜଙ୍କ ଅବହେଳା କରିଥିବାରୁ ତାଙ୍କୁ ସସପେଣ୍ଡ କରିଦିଆଯାଇଛି ।

ବାସ୍ତବରେ, ଗାଜିଆବାଦରେ ସାମ୍ବାଦିକ ତାଙ୍କ ଭାଣିଜାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ନେଇ ପୋଲିସକୁ ଜଣାଇଥିଲେ । ପୋଲିସ ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନା କାହାକୁ ଗିରଫ କଲା । ଥାନାରେ ଅଭିଯୋଗ କରିବା ନେଇ କ୍ରୋଧିତ ଦୁଷ୍କର୍ମକାରୀମାନେ ସୋମବାର ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଗୁଳି କରିଥିଲେ। ପୋଲିସ ଷ୍ଟେସନ ବିଜୟାନଗର ଅଞ୍ଚଳରେ ଏହି ଘଟଣା ସଂପର୍କରେ ଏସପି ସିଟି କହିଛନ୍ତି ଯେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରବି ଏବଂ ଅନ୍ୟମାନଙ୍କୁ ଗିରଫ କରାଯାଇଛି ।

ବିକ୍ରମ ଯୋଶୀଙ୍କ ଦୋଷ ଥିଲା ଯେ ତାଙ୍କ ଭାଣିଜୀଙ୍କୁ ବାରମ୍ବାର ହଇରାନ କରାଯାଉଥିଲା ଏବଂ ସେ ପୋଲିସ୍ ଷ୍ଟେସନରେ ସେହି ଦୁର୍ବୃତ୍ତମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। କ୍ରୋଧିତ ଦୁର୍ବୃତ୍ତମାନେ ସୋମବାର ରାତିରେ ବିକ୍ରମଙ୍କୁ ହତ୍ୟା କରିଥିଲେ। ବିକ୍ରମଙ୍କ ମୁଣ୍ଡରେ ଗୁଳି ବାଜିଥିଲା, ତାଙ୍କୁ ଗୁରୁତର ଅବସ୍ଥାରେ ଯଶୋଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପୋଲିସ କହିଛି ଯେ ଯିଏ ଅଭିଯୁକ୍ତ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରିବାର ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ ଯଦି ବିକ୍ରମ ଦେଇଥିବା ଅଭିଯୋଗକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା, ତେବେ ଏହି ଘଟଣା ଆଜି ହୋଇ ନଥାନ୍ତା । ବିକ୍ରମଙ୍କ ଭାଣିଜୀଙ୍କୁ ବାରମ୍ବାର ହଇରାନ  କରାଯାଉଥିଲା ଏବଂ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ଜଣାଇ ରଖୁଛୁ ଯେ ଘଟଣାର ଏକ ସିସିଟିଭି ଫୁଟେଜ୍ ଜବତ କରାଯାଇଛି, ଯେଉଁଥିରେ ଦେଖାଯାଇଛି ଯେ, ପାଞ୍ଚ-ଛଅ ଜଣ ଦୁର୍ବୃତ୍ତ ଯୋଶୀଙ୍କ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି ଏବଂ ତା’ପରେ ଅନ୍ୟ ଜଣେ ଅପରାଧୀ ଆସି ତାଙ୍କୁ ଅତି ନିକଟରୁ ମୁଣ୍ଡରେ ଗୁଳି କରିଛି । ଗୁଳି ଚଳାଇବା ପରେ ଯୋଶୀ ତଳେ ପଡ଼ିଯାଇଥିଲେ ଏବଂ ସାଠାରେ ଉପସ୍ଥିତ ଥିବା ଦୁର୍ବୃତ୍ତ ମାନେ ପଳାଇଥିଲେ । କିଛି ସମୟ ପରେ, ତାଙ୍କ ଝିଅ ପାଖକୁ ଆସିଥିଲେ ଏବଂ ସହାୟତା ପାଇଁ ଚିତ୍କାର କଲିଥିଲେ ।

Latest Posts

Don't Miss