spot_img

Latest Posts

ମାଲକାନଗିରି : ଖବର ସଂଗ୍ରହ କରୁଥିବା ବ୍ୟକ୍ତି ଜଣକ ନିଜେ ଖବର ବନିଗଲେ । ସାମ୍ବାଦିକତା କରିବା ପଡିଲା ମହଙ୍ଗା । ପାଇଖାନା ଟାଙ୍କିରୁ ମିଳିଲା ସାମ୍ବାଦିକଙ୍କ ଶବ  । ଦୁର୍ନୀତିକୁ ସାମ୍ନାକୁ ଆଣିବା ପଡିଲା ମହଙ୍ଗା । ୨୮ ବର୍ଷର ସାମ୍ବାଦିକଙ୍କୁ ପ୍ରଥମେ ଅପହରଣ କରି ପରେ ନିର୍ମମ ଭାବରେ ହତ୍ୟା କରି ପାଇଖାନା ଟାଙ୍କି ଭିତରେ ଫୋପାଡ଼ି ଦେଲେ  । ଏମିତି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ।

ବିଜାପୁର ଜିଲ୍ଲାର ଯୁବ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ସୁରେଶ ଚନ୍ଦ୍ରକାର ନାମକ ଏକ ଠିକାଦାର ଘରେ ପୋଲିସର ଛଢାଉ ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା। ଜାନୁଆରୀ ୧ତାରିଖରେ  ହଠାତ୍  ନିଖୋଜ ହୋଇଯାଇଥିଲେ ମୁକେଶ। ପରିବାର ଲୋକଙ୍କ ଖୋଜାଖୋଜି ପରେ ମଧ୍ୟ ତାଙ୍କର ଖବର ପାଇ ପାରି ନଥିଲେ । ତାଙ୍କର ଫୋନ ସୁଇଚ୍ ଅଫ୍‌ ଥିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଠିକାଦାରମାନେ ନକ୍ସଲଙ୍କ ସାହାର୍ଯ୍ୟରେ ଅପହରଣ କରିଥାଇପାରନ୍ତି ବୋଲି ମୁକେଶଙ୍କଭାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି। ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ମୁକେଶ ନିଜ ୟୁଟ୍ୟୁବ୍‌ ଚ୍ୟା‌ନେଲ୍‌ରେ ଖବର ପ୍ରସାରଣ କରିଥିଲେ। ଏହା ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଟିମ୍‌ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା। ଯାହାକୁ ନେଇ ଠିକାଦାର ରାଗିଯାଇଥିଲା ।

ଏହି ଘଟଣାରେ ସୁରେଶ ଚନ୍ଦ୍ରକରଙ୍କ ଭାଇ ଦୀନେଶ ଚନ୍ଦ୍ରକାର ଏବଂ ରିତେଶ ଚନ୍ଦ୍ରକାରଙ୍କ ସମେତ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି। ସୁରେଶ ଏପର୍ଯ୍ୟନ୍ତୁ ଫେରାର ଥିବା ସୂଚନା ରହିଛି। କଣ୍ଟ୍ରାକ୍ଟର ସର୍କଲରେ ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି ବୋଲି ପୋଲିସ କହିଛି। ମୁକେଶଙ୍କ ମୃତ୍ୟୁ ସାମ୍ବାଦିକତା ଏକ ଅପୂରଣୀୟ କ୍ଷତି ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

 

Latest Posts

Don't Miss