ଖୋଲୁଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ: ୨ସାଙ୍ଗଙ୍କୁ ଉଠାଇ ନେଇ ପୋଲିସର ପଚରାଉଚରା

ଭୁବନେଶ୍ୱର: ଖୋଲୁଛ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ । ବିଭିନ୍ନ ଦିଗକୁ ନେଇ ଛାନଭିନ ଆରମ୍ଭ କରିଛି ପୋଲିସ। ମନୀଷଙ୍କ ଦୁଇ ଜଣ ସାଙ୍ଗଙ୍କୁ ପୋଲିସ କାଲି ରାତିରେ ଉଠାଇ ନେଇଥିବା ଜଣାପଡିଛି । ରାତି ତମାମ ତାଙ୍କୁ ଜେରା କରାଯାଇଛି। ଭୋଜି ଭାତ କରିବାକୁ ଡାକି ନେଇ ମନୀଷଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ମନୀଷଙ୍କ ବାପା କହିଛନ୍ତି । କିନ୍ତୁ ଅନ୍ୟପଟେ ମନୀଷଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସଂଗୃହିତ ପାଣିର ଡାଏଟମ ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ପୋଲିସକୁ ଆଉ କିଛି ସୁରାକ୍ ମିଳିପାରିବ। ଗତକାଲି ସିଲ୍‌ ହୋଇଥିବା ସାଉଥ ସିଟି ବାର ମଧ୍ୟ ସନ୍ଦେହ ଘେରକୁ ଆସିଛି। ସାଙ୍ଗଙ୍କ ବୟାନ, ମନୀଷ ନେଇଥିବା ଧାର ଟଙ୍କା ଇତ୍ୟାଦିକୁ ଆଧାର କରି ପୋଲିସ ଛାନଭିନ ଚଳାଇଛି ।

ଏଥିସହିତ ପଢ଼ନ୍ତୁ: ‘ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି’

Leave a Reply