spot_img

Latest Posts

ଶନିବାରଠାରୁ ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ଶନିବାର ଠାରୁ ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ । ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅପରାହ୍ଣ ୩ ଘଣ୍ଟିକାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକମାନେ ଏହି ଟିକାକରଣ କାର୍ଯ୍ୟକ୍ରମରେ ଟିକା ପାଇପାରିବେ । ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ନୟାପଲ୍ଲୀ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏହି ୨ୟ ଡୋଜ ଟିକା ପ୍ରଦାନ କରାଯିବ। ଯେଉଁମାନେ ପୂର୍ବରୁ ଅନୁଷ୍ଠିତ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମରେ ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ଏହି ଠାରେ ୨ୟ ଡୋଜ ଟିକା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ସୋମବାର (୭ତାରିଖ) ଓ ମଙ୍ଗଳବାର(୮ତାରିଖ) ସକାଳ ୯ଟା ୩୦ମିନିଟ ଠାରୁ ଦିନ ଗୋଟାଏ ଓ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଟୀକାକରଣ ଚାଲୁ ରହିବ। ଏଣୁ ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଟିକା ନେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି । ଟିକା ନେବାକୁ ଥିବା ସାମ୍ବାଦିକମାନଙ୍କ ତାଲିକା ବିଏମସି ପକ୍ଷରୁ ଦିଆଯିବ। ଏଣୁ ସେହି ତାଲିକା ଅନୁସାରେ ସାମ୍ବାଦିକମାନେ ଉପସ୍ଥିତ ରହିବାକୁ ଅନୁରୋଧ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା: ପ୍ରେମିକକୁ ବାହା ହେବାକୁ ବିବାହିତା ପ୍ରେମିକାର ଜିଦ୍

Latest Posts

Don't Miss