ଟିକା ବିବାଦ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଜବାବ

1 min read

ନୂଆଦିଲ୍ଲୀ: ଟିକାକୁ ନେଇ ବଢିଲା ବିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । କହିଛନ୍ତି ଜୁଲାଇରେ ଦେଶରେ ୧୩ କୋଟି ଟିକା ପ୍ରଦାନ କରାଗଲାଣି । ଚଳିତ ମାସରେ ଟିକାକରଣ ବ୍ୟାପକ ହୋଇଛି । ସ୍ବାସ୍ଥ୍ୟକର୍ମୀଙ୍କ ସଂଗ୍ରାମ ଯୋଗୁ ଦେଶରେ ଟିକାକରଣ ସଫଳ ହୋଇଛି । ରାହୁଲ ଗାନ୍ଧି ସୋସିଆଲ ମିଡିଆରେ କହିଥିଲେ ଯେ- ଗତ ଏକ ସପ୍ତାହ ଧରି ଦେଶର ବିଭିନ୍ନ ଭାଗରେ ଟିକା ଅଭାବ ଯୋଗୁ ଟିକାକରଣ ବନ୍ଦ ରହିଛି ।

ଜୁଲାଇ ସରିଗଲା ହେଲେ ଟିକା ଅଭାବ ଦୂର ହୋଇପାରିଲା ନାହିଁ ବୋଲି ରାହୁଲ ଦର୍ଶାଇଥିଲେ । ରାହୁଲଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି- ସ୍ବାସ୍ଥ୍ୟସେବା କର୍ମୀମାନଙ୍କ ଯୋଗୁ ଆପଣ ଗର୍ବ କରିବା କଥା । ମାଣ୍ଡବ୍ୟ କହିଛନ୍ତି- ଶୁଣିବା କଥା ଅନୁସାରେ ରାହୁଲଙ୍କ ସମେତ ଦେଶର ୧୩ କୋଟି ଲୋକ ଜୁଲାଇରେ ଟିକା ନେଇଛନ୍ତି । ତେଣୁ ରାହୁଲ ହୀନ ରାଜନୀତି କରୁଛନ୍ତି । ଟିକାର ଅଭାବ ନୁହେଁ ବରଂ ରାହୁଲଙ୍କର ପରିପକ୍ବତାର ଅଭାବ ରହିଛି ।

Leave a Reply