ବିୟର ଗିଲ୍ସଙ୍କ ଓଡ଼ିଶା ଭର୍ସନ, କାଲିମେଳା ଜଙ୍ଗଲରେ ରାତିଦିନ କାଟୁଛନ୍ତି ଏମଟେକ୍ ଛାତ୍ର

1 min read
Jungle Boy Rajesh Mandal Follows Bear Grylls, Choose To Go Wild

ମାଲକାନଗିରି: ଯୁବକଙ୍କ ୱାଇଲ୍ଡ ଲାଇଫ ନିଶା । ଉଚ୍ଚ ଶିକ୍ଷା ପରେ ଚାକିରି ନ କରି ପାଲଟିଲେ ସର୍ଭାଇବର୍ । ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ ଶୋ ମ୍ୟାନ ଭର୍ସେସ ୱାଇଲ୍ଡ ଏବେ ଦେଖିବାକୁ ମିଳିଛି ଓଡ଼ିଶାରେ । ମ୍ୟାନ୍ ଭର୍ସେସ ୱାଇଲ୍ଡ ଶୋ ପାର୍ଟ-2 । ବିୟର ଗିଲ୍ସଙ୍କ ପରେ ଓଡ଼ିଶାର ଜଙ୍ଗଲ ବୟ । ଏମ୍.ଟେକ୍ ପାଠ ପରେ ବନିଗଲେ ସର୍ଭାଇବର ।

Jungle Boy Rajesh Mandal Follows Bear Grylls, Choose To Go Wild

ଜଙ୍ଗଲରେ ମଞ୍ଚ ଉପରେ ବସା କରି କଟୁଛି ରାତି । ଜୀବଜନ୍ତୁଙ୍କ ସହ କଟୁଛି ଦିନ । ମାଲକାନଗିରି କାଲିମେଳା ଏମଭି-୭୯ରେ ରୁହନ୍ତି ରାଜେଶ । ଡିସ୍କଭରିରେ ବିୟର ଗିଲ୍ସଙ୍କ ଶୋ ଦେଖିବା ପରେ ଏମିତି କିଛି ନିଆରି କରିବାର ଝୁଙ୍କ ଥିଲା ତାଙ୍କ ମନରେ । ଖାସ୍ ସେଥିପାଇଁ ସେ ଜଙ୍ଗଲରେ ରହିବାକୁ ପସନ୍ଦ କରିଥିଲେ ।

Jungle Boy Rajesh Mandal Follows Bear Grylls, Choose To Go Wild

ଭୋପାଳ NITରେ ଏମ୍.ଟେକ୍ ପାଠପଢ଼ା ପରେ ଚାକିରି କରିବାକୁ ବାଧ୍ୟ କରିଥିଲେ ବାପମାଆ । ହେଲେ ରାଜେଶଙ୍କ ଇଚ୍ଛା କିନ୍ତୁ ଥିଲା ଭିନ୍ନ । ପିଲାବେଳୁ କିଛି ଅଲଗା କରିବାର ନିଶା ଥିଲା ରାଜେଶଙ୍କର । ପ୍ରଥମେ ୨୦୦୦ ଫୁଟ୍ ପାହାଡ଼ ଚଢ଼ି ଦିନ କାଟିଥିଲେ । ଏମିତି କରୁ କରୁ ଜଙ୍ଗଲରେ ରହିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା । ଏବେ ପରିବାର ମଧ୍ୟ ତାଙ୍କର ଏହି କାର୍ଯ୍ୟକୁ ସମର୍ଥନ ଜଣାଉଛନ୍ତି । ଆଗକୁ ସାରା ଦେଶରେ କିପରି ବିୟର ଗ୍ରିଲ୍ସଙ୍କ ପରି ଦକ୍ଷ, ବିଖ୍ୟାତ ସରଭାଇବର ହେବେ ସେ ଲକ୍ଷ୍ୟ ରଖିଛନ୍ତି ।

Leave a Reply