spot_img

Latest Posts

୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବୋବଡେ

ନୂଆଦିଲ୍ଲୀ: ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଚାରପତି ବୋବଡେଙ୍କୁ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରାଇଲେ । ଗତକାଲି ବିଚାରପତି ରଞ୍ଜନ ଗୋଗଇଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି ।

ପ୍ରଧାନ ବିଚାରପତି ହେବା ପୂର୍ବରୁ ବୋବଡ଼େ ଅନେକ ଗୁଡ଼ିଏ ଐତିହାସିକ ଫଇସଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଆଗାମୀ ଦିନରେ ବୋବଡ଼େଙ୍କ ପାଇଁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଫଇସଲା ଶୁଣାଇବାର ଅଛି ସେ ଅଯୋଧ୍ୟା ସମେତ ଗୋପନୀୟତା ଭଳି ଗୁରୁତ୍ୱପୂର୍ଣ୍ଣ ଫଇସଲାରେ ସାମିଲ ଅଛନ୍ତି

ନିକଟରେ ବହୁଚର୍ଚ୍ଚିତ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ନେଇ ଫଇସଲାରେ ସେ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ ବୋବଡେ (୬୩ ବର୍ଷ) ୪୬ତମ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କର ସ୍ଥାନ ନେବେ ୨୦୨୧ ଅପ୍ରେଲ ୨୩ ଯାଏଁ ପ୍ରଧାନ ବିଚାରପତି ଦାୟିତ୍ୱରେ ତୁଲାଇବେ ଜଷ୍ଟିସ୍‌ ବୋବେଡ୍‌ । ')}

Latest Posts

Don't Miss