ଦ୍ୱିତୀୟ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ହେବେ ଜଷ୍ଟିନ ଟ୍ରୁଡେୟୁ  

1 min read

କାନାଡାର ପ୍ରଧାନମନ୍ତ୍ରୀଭାବେ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ଜଷ୍ଟିନ୍ ଟ୍ରୁଡେୟୁ । ଜଷ୍ଟିନ ଦ୍ୱିତୀୟ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ବେଳେ ତାଙ୍କ ପାଖରେ ବହୁମତ ନାହିଁ । ଏହି ନିର୍ବାଚନ ଜିତି ମଧ୍ୟ ଜଷ୍ଟିନ ଖୁସି ନାହାନ୍ତି । କାରଣ ଜଷ୍ଟିନଙ୍କ ଉଦାରବାଦୀ ସରକାର ପୂର୍ବ ଭଳି ବହୁମତ ହାସଲ କରିପାରିନାହିଁ ।

ଯେଉଁଥିପାଇଁ ଜଷ୍ଟିନ ଅନ୍ୟ ଦଳ ସହ ମିଶି ସରକାର ଗଠନ କରିବେ ବୋଲି ଜଣାପଡ଼ିଛି । ଜଷ୍ଟିନ ଯେଉଁ ଘୋଟାଲାରେ ଫସିଥିଲେ ସେଥିରୁ ରକ୍ଷା ପାଇବାରୁ ପୁଣି ଥରେ ନିର୍ବାଚନ ଲଢ଼ିଥିଲେ । ଏଥର ସେ ଜିତିଲେ ସତ କିନ୍ତୁ ତାଙ୍କ ଦଳକୁ ସେଭଳି ବହୁମତ ମିଳିନାହିଁ । ତେବେ ଯେଉଁ ଘୋଟାଲା ତାଙ୍କ ଜୀବନର ସବୁ ମାନ ମର୍ଯ୍ୟାଦାକୁ ନଷ୍ଟ କରିଛି ସେ ତାକୁ ପୁଣି ହାସଲ କରିବେ ବୋଲି କହିଛନ୍ତି । ')}

Leave a Reply