ଦୋକାନ ତାଲା ତାଡ଼ି ଲୁଟିନେଲେ ନାବାଳକ, ସିସିଟିଭିରେ କଏଦ ହେଲା ପୂରା ଘଟଣା

ଭୁବନେଶ୍ୱର: ଲକଡାଉନରେ ମାତିଲେ ନାବାଳକ ଲୁଟେରା। ଦୋକାନ ତାଲା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ। ସିସିଟିଭିରେ କଏଦ ହୋଇଛି ପୁରା ଘଟଣା । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗତ କିଛି ଦିନ ହେବ ସଟର୍ ତାଡ଼ି ୫ଟି ଦୋକାନକୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ବି.ଡି.ଏ କଲୋନୀ ଅଞ୍ଚଳରୁ ପୁଣି ଏକ ଦେକାନ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଦୋକାନ ତାଲା ତାଡ଼ି ଲୁଟ୍ କରୁଥିଲା ବେ‌ଳେ ସବୁ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଲୁଟ୍ ଘଟଣାରେ ନାବାଳକ ଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ପ୍ରାଥମିକ ତଦନ୍ତରୁ ଏମାନେ ସମସ୍ତେ ନିକଟ ଏକ ବସ୍ତିର ବୋଲି ଜଣାପଡ଼ିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ୍ ତଦନ୍ତ କରୁଛି । ଦୋକାନ ମାଲିକ ଚିନ୍ମୟ ବିଶ୍ବାଳ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଦେଇଛନ୍ତି। ଦୁର୍ବୃତ୍ତମାନେ ଦୋକାନ ଭିତରେ ପସି ବିଭିନ୍ନ ସାମଗ୍ରୀ ଓ ୧୦ ହଜାର ଟଙ୍କା ନେଇଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ନାଇଟ୍ ପୋଟ୍ରାଲିଂ ଫେଲ୍ ମାରିଥିବା ଅଭିଯୋଗ ହୋଇଛି।

Leave a Reply