spot_img

Latest Posts

ଗଞ୍ଜେଇ ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍

କନ୍ଧମାଳ: ଗଞ୍ଜେଇ ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିଛି ଦାରିଙ୍ଗବାଡ଼ି ଥାନା ପୋଲିସ୍। ଗଞ୍ଜେଇ ଚୋରା ଚାଲାଣ ନେଇ ସୂଚନା ମିଳିବା ପରେ ନାକା କରିଥିଲା ପୋଲିସ। ପୋଲିସକୁ ଦେଖି ଏସକର୍ଟ କରୁଥିବା ଦୁଇ ମୋଟରସାଇକେଲ ଆରୋହୀ ସହ ଗଞ୍ଜେଇ ଭର୍ତ୍ତି କାର୍ ବିପରୀତ ଦିଗକୁ ଗାଡ଼ି ଚାଳନା କରିଥିଲେ ।  ପୋଲିସ୍ ଗଞ୍ଜେଇ ମାଫିଆଙ୍କ ପିଛା କରୁଥିବା ବେଳେ ଏସକର୍ଟ କରୁଥିବା ଗୋଟିଏ ମୋଟରସାଇକେଲ ଦାରିଙ୍ଗବାଡି ନିକଟସ୍ଥ ଆମ୍ବ କାଲିଆ ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଜଣେ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ରାସ୍ତା ନଥିବାରୁ ଉଭୟ ଦାରିଙ୍ଗିବାଡ଼ି ଓ କେ.ନୁଆଗାଁ ପୋଲିସକୁ ଚକମା ଦେଇ  ଗଞ୍ଜେଇ ଭର୍ତ୍ତି କାରକୁ ସିମନବାଡି ଲାଦାମାଲାରେ ଛାଡ଼ି  ଚାଲି ଯାଇଥିଲେ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍ ।

Latest Posts

Don't Miss