ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଜାଳିଦେଲେ

କଳାହାଣ୍ଡି: ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଜାଳିଦେଲେ ଦୁର୍ବୃତ୍ତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କସାକେନ୍ଦୁ ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ କାଣ୍ଡ । ଗୁରୁତର ଯୁବକ ହେଲେ ଅଞ୍ଜନ ପାଢ଼ୀ । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ ଅଞ୍ଜନ ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଧାର ଦେଇଥିଲେ । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଟଙ୍କା ଫେରସ୍ତ ଦେଉନଥିଲେ । ଗତକାଲି ବିଳମ୍ବିତ ଧାର ଟଙ୍କା ଫେରାଇବାକୁ କହି ଅଭିଯୁକ୍ତ ଅଞ୍ଜନଙ୍କୁ ଡାକିଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଅଞ୍ଜନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ପରିବାର ଲୋକ ଅଞ୍ଜନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।  ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।