spot_img

Latest Posts

ଯାଜପୁର ଗଣପର୍ବ କାଳୀପୂଜାର ଭସାଣ ଉତ୍ସବ: ବାଦ୍ୟ, ଘଣ୍ଟ , ସିଂହ ବାଜା ତାଳେ ତାଳେ ମା’ଙ୍କୁ ମେଲାଣି

ଯାଜପୁର ଗଣପର୍ବ କାଳୀପୂଜାର ଭସାଣ ଉତ୍ସବ । ବାଦ୍ୟ, ଘଣ୍ଟ , ସିଂହ ବାଜା ତାଳେ ତାଳେ ମାଙ୍କୁ ମେଲାଣି। ପ୍ରଥମ ଦିନରେ ୧୯ ଟି ମା କାଳୀ ଓ ଲକ୍ଷ୍ମୀନାରାୟଣଙ୍କର ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭସାଣରେ ବିଶେଷ ଆକର୍ଷଣ ସାଜିଥିଲା ଅଘୋରୀ ନୃତ୍ୟ ଓ ଗୋରିଲା କାର୍ଟୁନ । ଆଜି ମଧ୍ୟ ଭସାଣ ପାଇଁ କମ୍ପୁଛି ସହର। ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦେବୀଗଡ଼ା ନିକଟରେ ମାଙ୍କ ବିସର୍ଜନ ପାଇଁ ବୈତରଣୀ ନଦୀରେ ଏକ କୃତ୍ରିମ ପୋଖରୀ କରାଯାଇଛି। ସେହିଠାରେ ସମସ୍ତ ମେଢ ବିସର୍ଜନ କରାଯିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଭସାଣ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

କାଳୀପୂଜା ପାଇଁ ସଜେଇ ହୋଇଥିଲା ଯାଜପୁର ଜିଲ୍ଲାର ବ୍ୟାସନଗର ସହର। ମା’ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ପାଇଁ ଭକ୍ତିମୟ ହୋଇଥିଲା ପରିବେଶ । ଚଳିତବର୍ଷ ସହରର ୧୮ ଟି ମଣ୍ଡପରେ ପୂଜା ପାଉଥିଲେ ମା’ ଶ୍ୟାମାକାଳୀ। ଗତ ୨୦ ତାରିଖ ମଧ୍ୟରାତ୍ରରୁ ମାଙ୍କ ପୂଜା ଆରମ୍ଭ ହୋଇଥିଲା। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳା ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରତିଦିନ ସନ୍ଧ୍ୟାରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ମୀନାବଜାର ସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅପେରାର ଆୟୋଜନ କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ପୂଜା ଓ ଭସାଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କାଳୀ ମେଳଣ ପଡ଼ିଆରେ ସହରର ସମସ୍ତ ମଣ୍ଡପର ମେଢ଼କୁ ଏକତ୍ରିତ କରାଯିବା ପରେ ବିସର୍ଜନ କରାଯାଇଛି ।

Latest Posts

Don't Miss