କାଲିମେଳା: ଲାଞ୍ଚ ଅଭିଯୋଗରେ ବରିଷ୍ଠ କିରାଣୀ ନିଲମ୍ବନ କଲେ ଜିଲ୍ଲାପାଳ

କାଲିମେଳା: ଲାଞ୍ଚ କାରବାର ଅଭିଯୋଗରେ ନିଲମ୍ବିତ ହେଲେ କାଲିମେଳା ତହସିଲର ବରିଷ୍ଠ କିରାଣୀ ଶଶୀ ଶେଖର ସେଠୀ। ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ୍ ହେବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ଡ. ୱାଇ ବିଜୟ। କାଲିମେଳା ତହସିଲ ଜମି ଦୁର୍ନୀତି ମାମଲାରେ ତହସିଲର ବରିଷ୍ଠ କିରାଣିଙ୍କ ସମ୍ପୃକ୍ତି ନେଇ ଏକ ଭିଡିଓ ଭାଇରାଲ୍ ହୋଇଥିଲା ।

ଅନ୍‌ଲାଇନରେ ପଟ୍ଟା ଚଢ଼ାଇବା ପାଇଁ ୬ଜଣଙ୍କଠାରୁ ଅର୍ଥ ଆଦାୟ କରିବା ସମ୍ପର୍କରେ ଆଲୋଚନା ବେଳର ଭିଡିଓ ଭାଇରାଲ ହୋଇଥିଲା । ଆଗୁଆ ୫୦ ହଜାର ଟଙ୍କା ସହ ବକେୟା ଅର୍ଥ ୨ଟି କିସ୍ତିରେ ଦେବାକୁ ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରତିଶ୍ରୁତି ଦେଇଥିଲେ।

ଏହା ସହ ୭ ଦିନ ମଧ୍ୟରେ ଆଉ ୫୦ ହଜାର ଟଙ୍କା ଦେଲେ କାର୍ଯ୍ୟାଳୟ ପାଇଁ ବିଭିନ୍ନ ସାମଗ୍ରୀ ଆଣିବାକୁ ଅର୍ଡର ଦେବେ ବୋଲି କିରାଣି ଜଣକ କହୁଥିବା ଭିଡିଓ ସାମନାକୁ ଆସିଥିଲା । ଏହାପରେ ଜିଲ୍ଲାପାଳ ଶଶୀ ଶେଖର ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।

Leave a Reply