spot_img

Latest Posts

କାମାକ୍ଷାନଗର ବସ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: କାମାକ୍ଷାନଗର ବସ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି। ସକାଳେ ଜଣକର ମୃତ୍ୟୁ ହୋଇଥିବେଳେ ଅନ୍ୟ ଦୁଇ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ରାସ୍ତା ପାର ବେଳେ ମାଡିଯାଇଥିଲା ଯାତ୍ରୀବାହୀ ବସ୍।। କାମାକ୍ଷାନଗର ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ଖଇରାମୁଣ୍ଡା ଛକ ନିକଟରେ ଘଟିଥିଲା ଏ ଦୁର୍ଘଟଣା ।  ମୃତକ ହେଲେ ମୁଣ୍ଡେଇଲ ପଞ୍ଚାୟତ ନାଉପାଳ କାଟେଣୀ ଗ୍ରାମର ସାଗର ପ୍ରଧାନ, ପିନୁ ସାହୁ ଓ ସୁମନ୍ତ ପରିଡା। ୩ ଜଣ ଯାକ ରାସ୍ତା ପାର ହେଉଥିବା ବେଳେ କାମାକ୍ଷାନଗରରୁ ତାଳଚେର ଯାଉଥିବା ଭୋଳାନାଥ ନାମକ ଯାତ୍ରିବାହୀ ବସ ସେମାନଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ସାଗର ପ୍ରଧାନ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଘଟଣାସ୍ଥଳରେ ସରାଙ୍ଗ ଫାଣ୍ଡି ପୋଲିସ ପହଞ୍ଚି ବସକୁ ଅଟକ ରଖି ପଚାର ଉଚରା ଜାରି ରଖିଛି। ଅନ୍ୟପଟେ ମୃତକୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା l କାମାକ୍ଷାନଗରରୁ ଅନଗୁଳ ଯାତାୟାତ ଠପ ହୋଇଥିଲା। ଘଟଣାସ୍ଥଳରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Latest Posts

Don't Miss