ରସିରେ ବାନ୍ଧି ମହିଳା ଓ ପୁରୁଷଙ୍କୁ ଗାଁରୁ ଗାଁ ବୁଲାଇଲେ ଲୋକେ

1 min read
Kangaroo Court In Ganjam Bhanjanagar

ଭଞ୍ଜନଗର: ଅବୈଧ ସମ୍ପର୍କ ! ହାତରେ ବନ୍ଧା ହେଲା ରସି । ଆଗେ ଆଗେ ପୁରୁଷ ପଛେ ପଛେ ଚାଲିଛନ୍ତି ମହିଳା ଜଣଙ୍କ । ଗଞ୍ଜାମ ଜିଲ୍ଲାର ଏହି ଭାଇରାଲ୍ ଭିଡିଓ ଯେତିକି ସାଂଘାତିକ ସେତିକି ଯନ୍ତ୍ରଣାଦାୟକ । ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ସାମ୍ନାରେ ଗାଁ ଦାଣ୍ଡରେ ଏଠି ଚାଲିଛି କଙ୍ଗାରୁକୋର୍ଟ । ଭିଡିଓ ଅନୁସାରେ ଅବୈଧ ସମ୍ପର୍କକୁ ନେଇ ଗ୍ରାମବାସୀ ଉଭୟଙ୍କୁ ରସିରେ ବାନ୍ଧିଦେବା ସହ ଜରିମାନା ଦେବାକୁ ବାଧ୍ୟ କରୁଛନ୍ତି ।

Kangaroo Court In Ganjam Bhanjanagar

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବlଡ଼ି ପଞ୍ଚାୟତ କାଳିଆପଲି ଗାଁର ଏହି ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଭିଡିଓରେ କିଛି ଲୋକ ଅମାନୁଷିକ ଭାବେ ମହିଳା ଓ ପୁରୁଷ ଦୁଇ ଜଣଙ୍କ ହାତରେ ରସି ବାନ୍ଧି ପ୍ରାୟ ଅଧ ଘଣ୍ଟା କାଳ ଗାଁ ଦାଣ୍ଡରେ ବୁଲାଉଛନ୍ତି । ତା’ପରେ ଚଉରା ମୂଳରେ ବସି ପୁରୁଷ ଜଣଙ୍କୁ ୨୦ ହଜାର ଟଙ୍କା ମାଗୁଛନ୍ତି ।

Kangaroo Court In Ganjam Bhanjanagar

ଭାଇରାଲ୍ ଭିଡିଓକୁ ନେଇ ବଡ଼ଗଡ଼ ଥାନା ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି । ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ପୀଡ଼ିତ ମହିଳା କିମ୍ବା ପୁରୁଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Kangaroo Court In Ganjam Bhanjanagar

ଗାଁରେ ଶତାଧିକ ଲୋକ ଥିବାବେଳେ କିଛି ମୁଷ୍ଟିମେୟଙ୍କ ଇସାରାରେ କଙ୍ଗାରୁକୋର୍ଟ ଚାଲିଛି । ଏନ୍ୟମାନେ ଚୁପଚାପ୍ ନୀରବ ରହି ସବୁକିଛି ଦେଖୁଛନ୍ତି । କେହି ବି ପ୍ରତିବାଦ କରୁନାହାଁନ୍ତି । ଏମିତି କାହିଁକି ? ଅପରାଧୀକୁ ଦଣ୍ଡଦେବା ଆଇନ୍ କାନୁନ୍ ବ୍ୟବସ୍ଥା ଥିବାବେଳେ ବାରମ୍ବାର ଲୋକ ନିଜେ ଆଇନକୁ ହାତକୁ ନେଇ ଯାଉଛନ୍ତି । ଯାହାକି ଚିନ୍ତାର ବିଷୟ ହୋଇଛି ।

Leave a Reply