spot_img

Latest Posts

ଛେଳି ଚୋରକୁ ନେଇ କଙ୍ଗାରୁ କୋର୍ଟ ; ଚାଲିଗଲା ନାବାଳକର ଜୀବନ

ମୟୂରଭଞ୍ଜ : ଛେଳି ଚୋରକୁ ନେଇ କଙ୍ଗାରୁ କୋର୍ଟ । ଚାଲିଗଲା ନାବାଳକର ଜୀବନ। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଅମାନବୀୟ କାଣ୍ଡ । ୧୧ ଜଣକୁ ଗିରଫ କଲା ପୋଲିସ । ଆଗକୁ ବଢ଼ିପାରେ ଗିରଫଦାରୀ ସଂଖ୍ୟା । ମୃତକ ହେଲେ ଭୁଟକାବାଦି ଗ୍ରାମର ନବମ ଶ୍ରେଣୀ ଛାତ୍ର ସମ୍ବିତ ବିନ୍ଧାଣୀ । ନିସ୍ତୁକ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତିରିଙ୍ଗ ଥାନା ଅନ୍ତର୍ଗତ ଇନ୍ଦଖୋଲି ଗ୍ରାମର ହେରୋଗୋଡା ଗ୍ରାମରେ ଅଘଟଣ ଘଟିଛି ।

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟକାବାଦି ଗ୍ରାମର ରାଜ କୁମାର ବିନ୍ଧାଣୀଙ୍କ ପୁଅ ସମ୍ବିତ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରେ ନିଜ ମାମୁଁ ଘର ରହି ବାଶିଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସୋମବାର ଅପରାହ୍ନରେ ହେରୋଗୋଡା ଗ୍ରାମରେ ଦୁଇଜଣ ନାବାଳକଙ୍କୁ ଛେଳି ଚୋରି ନେଇ ସ୍ଥାନୀୟ ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଥିଲେ । ଏହାସହିତ ତାଙ୍କ ବାଇକକୁ ଜାଳି ଦେଇଥିଲେ । ଦୁହେଁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ଝରାଡିହି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହାପରେ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନତ୍ୱର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ସମ୍ବିତଙ୍କ ମୃତ ହୋଇଛି । ପୁଅକୁ ହତ୍ୟା କରିଥିବା ନେଇ ବାପା ତିରିଂ ଥାନାରେ ଏକ ହତ୍ୟା ଅଭିଯୋଗ କରିଛନ୍ତି । ତିରିଂ ପୋଲିସ ୧୧ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି । ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁରରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Latest Posts

Don't Miss