spot_img

Latest Posts

ସୁନା ଚୋରାଚାଲାଣ ଅଭିଯୋଗରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସୁନା ଚୋରାଚାଲାଣ ଅଭିଯୋଗରେ ଗିରଫ ହେଲେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ। କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। ତାଙ୍କ ନିକଟରୁ ୧୪.୮ କେଜି ସୁନା ଜବତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହେବ ପ୍ରାୟ ୧୨ କୋଟି ୫୬ ଲକ୍ଷ ଟଙ୍କା। ସେ ଦୁବାଇରୁ ଏମିରେଟସ୍ ଫ୍ଲାଇଟରେ ବେଙ୍ଗାଲୁରୁ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିଥିଲା ଡିଆରଆଇ। ସେ ବାରମ୍ବାର ବିଦେଶ ଗସ୍ତ କରୁଥିବାରୁ ଡିଆରଆଇ ସ୍କାନରରେ ଥିଲେ। ସେ କର୍ଣ୍ଣାଟକର ବରିଷ୍ଠ ଆଇପିଏସ ଅଧିକାରୀ କେ.ରାମଚନ୍ଦ୍ର ରାଓଙ୍କ ଝିଅ। ରାମଚନ୍ଦ୍ର ରାଓ କର୍ନାଟକ ରାଜ୍ୟ ପୋଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ଯ୍ୟରତ ।

ଅଭିନେତ୍ରୀଙ୍କ ନିକଟରୁ ସୁନା ଜବତ ହେବା ପରେ ସାରା ରାଜ୍ୟରେ ହଇଚଇ ଖେଳିଯାଇଛି। ଏତେ ପରିମାଣର ସୁନା ସେ କାହିଁକି ଆଣୁଥିଲେ , ଏହା କାହା ଉଦ୍ଦେଶ୍ୟରେ ଆସୁଥିଲା ତାହାର ତଦନ୍ତ ଜାରି ରଖିଛି ଡିଆରଆଇ। ଗିରଫ ହେବା ପରେ ରାନ୍ୟାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି। ଗତ ୧୫ ଦିନ ମଧ୍ୟରେ ରାନ୍ୟା ୪ ଥର ଦୁବାଇ ଯାଇଥିଲେ। ଏହି ଗସ୍ତ ନେଇ ସେ ଡିଆରଆଇ ସ୍କାନରରେ ଆସିଥିଲେ। ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା ଏବଂ ସୁଯୋଗ ପାଇବା ମାତ୍ରେ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଡିଆରଆଇ ଅଧିକାରୀ କହିଛନ୍ତି ଯେ, ଅଭିନେତ୍ରୀ ରନ୍ୟା ନିଜେ ଅଧିକାଂଶ ସୁନା ପିନ୍ଧିଥିଲେ ଲବଂ  ସେ ଏହି ସୁନାକୁ ତାଙ୍କ ଜ୍ୟାକେଟ ଭିତରେ ଲୁଚାଇ ଆଣିଥିଲେ। ବିମାନବନ୍ଦରରୁ ଘରକୁ ଯିବା ଲାଗି ସେ ଏପରିକି କିଛି ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିବା ସୂଚନା ମିଳିଥିଲା। ଏହି ଘଟଣାରେ ପରେ ଲାଭେଲ ରୋଡସ୍ଥିତ ରାନ୍ୟାଙ୍କ ଘରେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ବେଙ୍ଗାଲୁରୁ ଇତିହାସରେ ଏତେ ପରିମାଣର ସୁନା କେବେ ଜବତ ହୋଇ ନଥିବା ଜଣାଯାଇଛି।

Latest Posts

Don't Miss