ନନ୍ଦିଘୋଷ ବ୍ୟୁରୋ: ବିବାଦୀୟ ରିୟାଲିଟି ସୋ ବିଗ୍ ବସ୍ ୧୮’କୁ ଶେଷରେ ଏହାର ବିଜେତା ମିଳିଯାଇଛି । କରଣବୀର ମେହରା ୧୮ତମ ସିଜନର ବିଜେତା ଟ୍ରଫି ଜିତିଛନ୍ତି । କରଣବୀର ମେହରାଙ୍କୁ ସଲମାନ ଖାନ୍ ବିଜେତା ଘୋଷଣା କରିବା ସହ ବିଜେତାଙ୍କୁ ଗ୍ରାଣ୍ଡ ଟ୍ରଫି ପ୍ରଦାନ କରିଛନ୍ତି । ଭିଭିଆନ୍ ଡିସେନା ରନର୍ସ ଅପ୍ ହୋଇଥିବା ବେଳେ ରଜତ ଡାଲାଲ ତୃତୀୟ ସ୍ଥାନରେ ଅଛନ୍ତି ।
ବିଗ୍ ବସ୍ ୧୮’ ର ବିଜେତା କରଣବୀର ମେହେରାଙ୍କ ଖେଳ ଆରମ୍ଭରୁ ବହୁତ ଦୁର୍ବଳ ଦେଖାଯାଉଥିଲା । କିନ୍ତୁ ଖେଳର ମଧ୍ୟଭାଗରେ କରଣବୀର ମେହରା ବହୁତ ଭଲ ପ୍ରଦର୍ଶନ କରିଥିଲେ । ଖେଳରେ କରଣବୀର ମେହରା ବହୁତ ଆକ୍ଟିଭ ଥିଲେ । ଗୃହରେ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ସେ ଚର୍ଚ୍ଚାରେ ରହୁଥିଲେ । ବିଗ ବସ ହାଉସରେ ଗୋଷ୍ଠୀଗୁଡ଼ିକ ମଧ୍ୟ ଲଗାତାର କରଣଙ୍କ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ୱିକେଣ୍ଡ ବାରରେ ମଧ୍ୟ କରଣଙ୍କର ଅଧିକ ଆଲୋଚନା କରାଯାଇଥିଲା। କରଣଭୀର ମେହେରା ଏହାର ସମ୍ପୂର୍ଣ୍ଣ ଲାଭ ପାଇଲେ ଏବଂ ସେ ଭୋଟ୍ ଟ୍ରେଣ୍ଡରେ ଆଗରେ ରହିଲେ ।
ତେବେ ରଜତ ଡାଲାଲଙ୍କର ଅନେକ ପ୍ରଶଂସକ ଥିଲେ, ଯାହା ପରେ ଲାଗୁଥିଲା ଯେ ଡାଲାଲ ସୋ’ର ବିଜେତା ହୋଇପାରନ୍ତି। କିନ୍ତୁ ଏହା ଘଟିଲା ନାହିଁ | କରଣବୀର ମେହେରା ଏବଂ ଭିଭିଆନ୍ ଟପ-୨ରେ ପହଞ୍ଚିଥିଲେ ଏବଂ ରଜତ ଡାଲାଲ ତୃତୀୟ ସ୍ଥାନରେ ରହିଥିଲେ। ଶେଷରେ କରଣବୀର ମେହରା ବିଗ୍ ବସ୍ ୧୮’ ର ଟ୍ରଫି ଏବଂ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି ।
ବିଗ୍ ବସ୍ ୧୮’ର ବିଜେତା ହୋଇଥିବା କରଣବୀର ମେହରା ଲୋକପ୍ରିୟ ରିୟାଲିଟି ସୋ’ରେ ଚମତ୍କାର ବିଜୟ ପରେ ତାଙ୍କର ପ୍ରଥମ ପୋଷ୍ଟ ସେୟାର କରିଛନ୍ତି । ଅଭିନେତା ତାଙ୍କ ମା ଏବଂ ଭଉଣୀଙ୍କ ସହିତ ଆଇକନିକ୍ ବିଗ୍ ବସ୍ 18 ଟ୍ରଫି ଧରି ଏକ ହୃଦୟସ୍ପର୍ଶୀ ଚିତ୍ର ପୋଷ୍ଟ କରିଛନ୍ତି । ଏହାସହିତ ଲେଖିଛନ୍ତି, “ଆମେ ସମସ୍ତେ ଅପେକ୍ଷା କରିଥିବା ମୁହୂର୍ତ୍ତ ଶେଷରେ ପହଞ୍ଚିଛି ! ଜନସାଧାରଣଙ୍କ ପ୍ରିୟ କରନବୀର ମେହେରା ବିଗ୍ ବସ୍ 18 ଜିତି ଟ୍ରଫି ସହିତ ଫେରିଛନ୍ତି । ଆପଣ ସମସ୍ତେ ନିରପେକ୍ଷ ଦର୍ଶକଙ୍କ ପ୍ରକୃତ ଶକ୍ତି ପ୍ରଦର୍ଶନ କରିଛନ୍ତି ।ଏହି ବିଜୟ ତୁମର ।

