ନନ୍ଦିଘୋଷ ବ୍ୟୁରୋ: ସ୍କୁଲ ପ୍ରତିଷ୍ଠା ଦାବିରେ ଏକାଠି ହେଲେ ୧୮ଟି ଗ୍ରାମବାସୀ । ଦାବି ନଶୁଣିଲେ ଜନଆନ୍ଦୋଳନ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଦୁଧିଆଣି ଗ୍ରାମପଞ୍ଚାୟତର ୧୮ ଗୋଟି ଗାଁର ଅଧିବାସୀ ଏକାଠି ହୋଇ ଏକ ସଭା ମାଧ୍ୟମରେ ନିଷ୍ପତି ନେଇଛନ୍ତି l ଦେଓ ନଦୀ ବନ୍ଧ ନିର୍ମାଣ ହେବା ସମୟରେ ବୁଡି ଅଞ୍ଚଳରେ ଥିବା ପୁରୁଣାପାଣି ଆଶ୍ରମ ସ୍କୁଲ ସ୍ଥାନାନ୍ତରିତ ହୋଇଥିଲା । ପରେ ପୁଣି ସ୍କୁଲ ଟି ପୁରୁଣାପାଣି ଅଞ୍ଚଳରେ ନିର୍ମାଣ କରାଯାଇଥିଲା । ଯାହାକି ହାତିବାରୀ ଆଶ୍ରମ ବିଦ୍ୟାଳୟ ମାତ୍ର ୫ ଶହ ମିଟର ଦୂରରେ ରହିଛି । ଏଣୁ ପୁରୁଣାପାଣି ଆଶ୍ରମ ସେଠାରେ ନ ହୋଇ ଦୁଧିଆଣି ପଞ୍ଚାୟତ ମୁଖ୍ୟାଳୟରେ ହେଲେ ସମସ୍ତ ୧୮ ଗୋଟି ଗ୍ରାମର ଛାତ୍ର ଛାତ୍ରୀ ଉପକୃତ ହେବେ । କିନ୍ତୁ ପୁରୁଣାପାଣିର ପ୍ରଧାନ ଶିକ୍ଷକ ଏବଂ କିଛି କୁଚକ୍ରୀ ଗୋଷ୍ଠୀ ସ୍କୁଲ ହେବା ନେଇ ବାଧକ ସାଜୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

