ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ

ବାଙ୍ଗାଲୋର: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ୟାଙ୍କର ସହ ଟାଟା ସୁମୋ ଭ୍ୟାନ ମୁହାଁମୁହିଁ ଧକ୍କା । ଘଟଣାରେ ୧୨ଜଣଙ୍କ ମୃତ୍ୟୁ , ଜଣେ ଗୁରୁତର । ବାଙ୍ଗୋଲୋର ଓ ହାଇଦ୍ରାବାଦର ୪୪ ନମ୍ବର ଜାତୀୟ ରାଜପଥରେ ଘଟିଛି ଅଘଟଣ । ଶୁକ୍ରବାର ସକାଳ ୭ଟା ୧୫ ମିନିଟରେ କର୍ଣ୍ଣାଟକ ଚିକ୍କାବଲାପୁରରେ ଘଟିଛି ଦୁର୍ଘଟଣା । ଘନ କୁହୁଡି ଯୋଗୁଁ କାର ଡ୍ରାଇଭର ରାସ୍ତାରେ ଥିବା  ଟ୍ୟାଙ୍କରକୁ ଦେଖି ନପାରି ଘଟିଛି ଅଘଟଣ ।

ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ସମେତ ଜଣେ ଗୁରୁତର ହୋଇଛନ୍ତି । ଘଟଣାର ସୂଚନା ପାଇଲାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆହତଙ୍କ ଚିକିତ୍ସା ଜାରି ରହିଛି । ମୃତକଙ୍କ ମଧ୍ୟରେ ୮ଜଣ ପୁରୁଷ ଓ ୪ଜଣ ମହିଳା ଥିଲେ । ଏହି ଖବର ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଖେଳି ଯାଇଛି ଶୋକର ଛାୟା । କୁହୁଡ଼ି ପାଇଁ ପୂର୍ବରୁ ମଧ୍ୟ ଅନେକ ଦୁର୍ଘଟଣାମାନ ଘଟିଥିବାବେଳେ ସତର୍କତାର ସହ ଗାଡ଼ି ଚଳାଇବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ସତର୍କ କରାଯାଉଛି ।