ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ କଂଗ୍ରେସ ବିଧାୟକ ତନବୀର ସୌତଙ୍କୁ ଛୁରାମାଡ଼

1 min read

କର୍ଣ୍ଣାଟକ କଂଗ୍ରେସ ବିଧାୟକ ତଥା ପୂର୍ବତନ ମୃନ୍ତ୍ରୀ ତନବୀର ସୌତଙ୍କୁ ଛୁରାମାଡ । ରବିବାର ରାତିରେ ଜଣେ ସଂମ୍ପର୍କୀୟଙ୍କ ବିବାହ ପାର୍ଟିରେ ଯ଼ୋଗଦେବାକୁ ମୌଶୁର ଯାଇଥିଲେ ତନବୀର । ପାର୍ଟିରେ ସେ ବସିଥିବା ବେଳେ ହଠାତ ଜଣେ ଯ଼ୁବକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ତୁରନ୍ତ ତନବୀରଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣକାରୀ ଯ଼ୁବକୁ କାବୁ କରିଥିଲେ ଲୋକ ।

ହସ୍ପିଟାଲରେ ତନବରୀଙ୍କ ସର୍ଜରୀ ଶେଷ ହୋଇଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବାବେଳେ ସେ ବିପଦମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ତନବୀର ସୌତ କର୍ଣ୍ଣାଟକ ନରସିମାରାଜ ନିର୍ବଚନମଣ୍ଡାଳୀର ବିଧାୟକ ଅଛନ୍ତି । ତନବରୀଙ୍କୁ ଛୁରାମାଡ କରିଥିବା ଯ଼ୁବକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତାକୁ ଗିରଫ କରିଛି ପୋଲିସ । ଗିରଫ ଯ଼ୁବକ ୨୫ ବର୍ଷର ଫରାହନ ପାଶା ବୋଲି ଜଣାପଡିଛି । ଛୁରାମାଡର କାରଣ ଜଣାପଡି ନଥିଲେ ମଧ୍ୟ ପୋଲିସ ଫରାହନକୁ ପଚରାଉଚରା କରୁଛି । ')}

Leave a Reply