ହିଜାବ ବ୍ୟାନକୁ ନେଇ ସୁପ୍ରିମକୋର୍ଟର ଦୁଇ ଜଜଙ୍କ ଭିନ୍ନ ରାୟ, ବଡ଼ ଖଣ୍ଡପୀଠକୁ ଗଲା ମାମଲା

ନୂଆଦିଲ୍ଲୀ: ହିଜାବ ରାୟ, ସୁପ୍ରିମକୋର୍ଟଙ୍କ ବିଭାଜିତ ରାୟ । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠର ଦୁଇ ଜଷ୍ଟିସଙ୍କ ଭିନ୍ନ ରାୟ । ଜଣେ ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିଥିବା ବେଳେ ଅନ୍ୟ ଜଣେ ଏହାକୁ ବିରୋଧ କରିଛନ୍ତି । ହିଜାବ ବ୍ୟାନକୁ ବିରୋଧ କରି ଦାଏର ପିଟିସନକୁ ଖାରଜ କରିଛନ୍ତି ଜଷ୍ଟିସ ହେମନ୍ତ ଗୁପ୍ତା ।

ସେପଟେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ଜଷ୍ଟିସ ସୁଧାଂଶୁ ଧୁଲଲା । ଦୁଇ ଜଷ୍ଟିସଙ୍କ ବିଭାଜିତ ରାୟ ପରେ ତିନି ଜଣିଆ ବେଞ୍ଚକୁ ବେଞ୍ଚକୁ ଗଲା ମାମଲା । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପୂର୍ବରୁ ରାଜ୍ୟ ସରକାର, ଶିକ୍ଷକ, ଆବେଦନକାରୀଙ୍କ ଯୁକ୍ତି ଶୁଣିଥିଲେ କୋର୍ଟ । ୨୦୨୧ ପର୍ଯ୍ୟନ୍ତ କୌଣସି ଛାତ୍ରୀ ଶିକ୍ଷାନୁଷ୍ଠାନକୁ ହିଜାବ ପିନ୍ଧି ସ୍କୁଲ ଆସୁ ନ ଥିଲେ ।

ବିଦ୍ୟାଳୟଗୁଡ଼ିକର ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । ଏହାପରେ ପିଏଫ୍ଆଇ ତରଫରୁ ସୋସିଆଲ ମିଡ଼ିଆରେ ଗୋଟାଏ ଆନ୍ଦୋଳନ ଚାଲିଲା, ଯାହା ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୋର୍ଟରେ ଯୁକ୍ତି ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।