ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ଆତଙ୍କବାଦୀ କହିବା, ନିଲମ୍ବିତ ହେଲେ ଅଧ୍ୟାପକ

1 min read

ବେଙ୍ଗାଲୁରୁ: ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ଆତଙ୍କବାଦୀ କହିବା । ବେଙ୍ଗାଳୁରୁସ୍ଥିତ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟିର ପ୍ରଫେସର ହୋଇଛନ୍ତି ସସପେଣ୍ଡ । କଲେଜ ପରିସର ଭିତରେ ଜଣେ ମୁସଲିମ ଛାତ୍ରଙ୍କୁ ସେହି ପ୍ରଫେସର ଜଣେ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ ।

ଗତ ୨୬ ତାରିଖରେ ଘଟିଥିଲା ଏହି ଘଟଣା । ଜଣେ ମୁସଲିମ ହୋଇଥିବାରୁ ତାଙ୍କୁ ବାରମ୍ବାର ଏପରି ଦୁର୍ବବ୍ୟବହାର ପ୍ରଦର୍ଶନ କରାଯାଉଛି ବୋଲି ଛାତ୍ର କହିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାର ତଦନ୍ତ ଜାରି ରହିଥିବାବେଳେ ପ୍ରଫେସରଙ୍କୁ ସସପେଣ୍ଡ କରାଯାଇଛି । ବିଶ୍ବବିଦ୍ୟାଳୟର ପବ୍ଲିକ ରିଲେସନ ନିର୍ଦ୍ଦେଶକ ଏସ.ପି. କର କହିଛନ୍ତି- ବିଶ୍ବବିଦ୍ୟାଳୟରେ ଘଟିଥିବା ଏହି ଘଟଣା ଦୁର୍ଭାଗ୍ୟଜନକ ।