spot_img

Latest Posts

ଅପରେସନ୍ ପରେ ସିଲେଇ ନକରି ‘ଫେଭିକ୍ୱିକ୍’ ଲଗାଇଦେଲା ହସ୍ପିଟାଲ !

କର୍ଣ୍ଣାଟକ: ଅସ୍ତ୍ରୋପଚାର ପରେ ସିଲେଇ ନକରି ଫସିଗଲେ ନର୍ସ । ଜଣେ ୭ବର୍ଷର ଆହତ ଶିଶୁ ସହ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ସମସ୍ତଙ୍କୁ ଚକିତ କରିଦେଇଛି । କେବଳ ଏତିକି ନୁହେଁ ଅଭିଯୁକ୍ତ ନର୍ସର ଉତ୍ତର ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦେଇଛି । ଏଭଳି ଏକ ମାମଲା ଦେଖିବାକୁ ମିଳିଛି କର୍ଣ୍ଣାଟକରେ ।  ନିଜ ୭ ବର୍ଷର ଆହତ ଛୁଆକୁ ସରକାରୀ ଡାକ୍ତରଖାନାକୁ ନେଇଥିଲେ ବାପାମାଆ । ଗାଲରେ ଲାଗିଥିବା କ୍ଷତକୁ ନର୍ସ ସିଲେଇ କରିବା ବଦଳରେ ଫେଭିକ୍ବିକ୍ ସହିତ ଲଗାଇ ଦେଇଥିଲା । ଯେତେବେଳେ ପିଲାଟିର ପରିବାର ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ,ନର୍ଶ କହିଲେ ଯେ, ସେ ବର୍ଷ ବର୍ଷ ଧରି ଏପରି କରିଆସୁଛନ୍ତି। ତେଣୁ ବ୍ୟସ୍ତ  ହେବାର କିଛି ଦରକାର ନାହିଁ ବୋଲି ଉତ୍ତର ରଖିଥିଲେ ନର୍ସ । ଯାହା ପରେ ନର୍ସଙ୍କୁ ନିଲମ୍ବନ କରାଯାଇଛି।

ଅନ୍ୟପଟେ ପିଲାଟିର ପରିବାର ନର୍ସର ଉତ୍ତରକୁ ରେକର୍ଡ କରି ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ନର୍ସ ଜଣକ ପିଲାର ବାପାମାଆଙ୍କୁ କହୁଥିବାର ଦେଖାଯାଉଛି ଯେ, ସେ ବର୍ଷ ବର୍ଷ ଧରି ଏପରି କାମ କରିଆସୁଛନ୍ତି ଯାହାକୁ ନେଇ ବ୍ୟସ୍ତ ହେବାର କାରଣ କିଛି ନାହିଁ ।ଏହା ସହିତ ନର୍ସଙ୍କ ଅନୁଯାୟୀ କୌଣସି ଚିହ୍ନ ନରହିବା ପାଇଁ  ସେ ଫେଭିକ୍ବିକ୍ ବ୍ୟବହାର କରିଥାନ୍ତି । ଯାହାକୁ ନେଇ ପରିବାର ସଦସ୍ୟମାନେ ନର୍ସଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ କର୍ତ୍ତୁପକ୍ଷଙ୍କୁ ଭିଡିଓ ମଧ୍ୟ ଦେଖାଇଥିଲେ । ଏହା ପରେ ନର୍ସଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଥିଲା ।

ରାଜ୍ୟ ସରକାର ମୁଖ୍ୟ ସଚିବଙ୍କ ଅଧ୍ୟୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନର୍ସଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ନିଆଯାଇଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସେବା କମିଶନରଙ୍କ ଦ୍ବାରା ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ, ଫେଭିକ୍ବିକ୍ ହେଉଛି ଏକ ଆଡେସିଭ୍, ଯାହାର ଚିକିତ୍ସା ଏବଂ ବ୍ୟବହାର ନିୟମ ଅନୁସାରେ ଅନୁମତିପ୍ରାପ୍ତ ନୁହେଁ।  ଏଭଳି ଏକ ମାମଲାରେ, ଶିଶୁଟିର ଚିକିତ୍ସା ପାଇଁ ଫେଭିକ୍ବିକ୍ ବ୍ୟବହାର କରିଥିବା ଷ୍ଟାଫ୍ ନର୍ସଙ୍କୁ ନିଲମ୍ବିତ କରାଯାଇଛି ଏବଂ ଉପଯୁକ୍ତ ତଦନ୍ତ ମଧ୍ୟ ଚାଲିଛି। ପୂର୍ବରୁ ନର୍ସଙ୍କୁ ବଦଳି କରାଯାଇଥିଲା । ଯାହା ପିଲାଟିର ପରିବାର ସଦସ୍ୟ ଗ୍ରହଣ କରିପାରିନଥିଲେ। ବର୍ତ୍ତମାନ ନର୍ସଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ପିଲାଟି ସୁସ୍ଥ ଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି ।

 

Latest Posts

Don't Miss