spot_img

Latest Posts

ସଂସଦ ଭିତରେ ଧୂଆଁ ଛାଡ଼ିବା ମାମଲା: କର୍ଣ୍ଣାଟକର ଜଣେ ଅଭିଯୁକ୍ତ ଅଟକ

କର୍ଣ୍ଣାଟକ : ସଂସଦ ଭିତରେ ଧୂଆଁ ଛାଡ଼ିବା ମାମଲା। କର୍ଣ୍ଣାଟକର ବାଗଲକୋଟର ଜଣେ ଅବସରପ୍ରାପ୍ତ ପୋଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ପୁଅ ସାଇକ୍ରିଷ୍ଣା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ। ସଂସଦ ହଙ୍ଗାମା ଘଟଣାରେ ମନୋରଞ୍ଜନ ସମେତ ୪ଜଣଙ୍କ ବିରୋଧରେ ଆତଙ୍କବାଦୀ ନିରୋଧ ଆଇନ, ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ,  ବେଙ୍ଗାଳୁରୁର ଏକ ଇଞ୍ଜିନିୟରିଂ କଲେଜରେ ମନୋରଞ୍ଜନ ଓ ସାଇକ୍ରିଷ୍ଣା କ୍ଲାସମେଟ ଥିଲେ। ଗତକାଲି ବାଗଲକୋଟ ସ୍ଥିତ ଘରୁ ସାଇକ୍ରିଷ୍ଣାକୁ ଅଟକ ରଖିଥିଲା ପୋଲିସ। ଦିଲ୍ଲୀ ଅଣାଯିବା ପରେ ସାଇକ୍ରିଷ୍ଣାକୁ ଅଧିକ ଜେରା କରାଯିବ।

ଅନ୍ୟପଟେ,  ଆଉ ଜଣେ ଯୁବକକୁ ଉତ୍ତରପ୍ରଦେଶର ଜଲାଉନରେ ଅଟକ ରଖାଯାଇଛି। ଅଟକ ଯୁବକର ନାଁ ହେଉଛି ଅତୁଲ କୁଲଖରେସ୍ଥା । ଅତୁଲର ଅନ୍ୟରାମ ବଚ୍ଚା। ତାର ଅତୀତର କୌଣସି ଆପରାଧିକ ରେକର୍ଡ ନାହିଁ କିମ୍ବା କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ। ତେବେ ଛାତ୍ର ଜୀବନରେ ସେ ସହିଦ ଭଗତ ସିଂଙ୍କ ଆଦର୍ଶରେ ଅନୁପ୍ରାଣୀତ ଥିଲା ବୋଲି ସୂଚନା ମିଳିଛି। ତେବେ  ସଂସଦରେ ପ୍ରବେଶ କରିଥିବା ଯୁବକମାନଙ୍କ ସହ ଅତୁଲ ଫେସବୁକରେ ଚାଟିଂ କରୁଥିଲା । ସେ କୃଷକ ଆନ୍ଦୋଳନ ସହ ବି ସମ୍ପୃକ୍ତ ଥିବା ଜଣାପଡିଛି। ଅତୁଲ ବିବାହିତ ଓ ତାର ୨ ପୁଅ ଓ ଜଣେ ଝିଅ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ପାର୍ଲାମେଣ୍ଟ ହଙ୍ଗାମା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମନୋରଞ୍ଜନ ଡି, ସାଗର ଶର୍ମା, ଅମୋଲ ସିନ୍ଦେ ଓ ନୀଲମ ଆଜାଦ । ସେମାନଙ୍କ ଏହି କାର୍ଯ୍ୟ ପଛରେ ଲଳିତ ଝା ଓ ମହେଶ କୁମାଓ୍ବାତ ପ୍ରେରଣାଦାୟକ ସାଜିଥିଲେ ।

 

Latest Posts

Don't Miss