ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲ ପରିଦର୍ଶନ କରି ଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ 

1 min read

ଭୁବନେଶ୍ବର: ୩୧ ଡିସେମ୍ବର ସୁଦ୍ଧା ଶେଷ ହେବ ବରମୁଣ୍ଡା ବସ ଟର୍ମିନାଲ। ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲ ପରିଦର୍ଶନ କରି ଅତିଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ପରିଦର୍ଶନ ବେଳେ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କଲେ 5T ଅଧ୍ୟକ୍ଷ । ଆଇଟି ଭିତ୍ତିଭୂମି, ଯାତ୍ରୀଙ୍କ ସୁବିଧା ସହ ସୃଜନଶୀଳ ପରିବେଶ ସୃଷ୍ଟିକୁ ଗୁରୁତ୍ୱ ଦେଇଛନ୍ତି ପାଣ୍ଡିଆନ୍ ।

ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୃଷ୍ଟି କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀ ବିଶ୍ରାମାଗାର, ସଠିକ ପରିମଳ ବ୍ୟବସ୍ଥା, ବସ୍ ରହିବାକୁ ପର୍ଯ୍ୟାପ୍ତ ସ୍ଥାନ, ଆହାର କେନ୍ଦ୍ର, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି 5T ଅଧ୍ୟକ୍ଷ । ଟ୍ୟାକ୍ସି ସଂଘ, ବସ୍ ମାଲିକ ସଂଘ, OSRTCର ଅଧିକାରୀଙ୍କୁ ନିର୍ମାଣ କାମରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପରିଦର୍ଶନ ସମୟରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି ଅଧିକାରୀ, ବିଡିଏ ଅଧିକାରୀ ଉପସ୍ଥିତ ରହିଥିଲେ । ବରମୁଣ୍ଡା ବସ ଟର୍ମିନାଲ ୧୫.୫ଏକର ଜାଗାରେ ନିର୍ମାଣାଧୀନ ରହିଛି ।