ଲକ୍ଷ୍ମୀପୁରରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା

1 min read

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ପହଞ୍ଚିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତଥର ନାରାୟଣପାଟଣା ଆସିଥିବା ବେଳେ ୧୫ଟି ପ୍ରସ୍ତାବ ଆସିଥିଲା, ସେଥିରୁ ୧୨ଟି ପୂରଣ ହୋଇଛି ବୋଲି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି । ଏଥିସହ ନାରାୟଣପାଟଣା ଓ ବନ୍ଧୁଗାଁରେ ସରକାରୀ ଡିଗ୍ରି କଲେଜ ଖୋଲିବା ପାଇଁ ଅନୁମୋଦନ କରିଛନ୍ତି  ମୁଖ୍ୟମନ୍ତ୍ରୀ । ଚଳିତବର୍ଷଠୁ ହିଁ ସେଠାରେ ଆଡମିଶନ ହେବା ସହ ପାଠପଢା ହେବ । ଝଞ୍ଜାବତି ବ୍ୟାରେଜ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶହେ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ନାରାୟଣପାଟଣାରେ ଥିବା ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୪କୋଟି ଟଙ୍କା, ବନ୍ଧୁଗାଁରେ ଥିବା ମନ୍ଦିର ପାଇଁ ୨ କୋଟି ଟଙ୍କା, ଲକ୍ଷ୍ମୀପୁର କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆରକେ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ଡିଗ୍ରୀ କଲେଜର ଫାଇଭ-ଟି ରୂପାନ୍ତରଣ ପାଇଁ ଏକ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ନାରାୟଣପାଟଣାରେ ଥିବା ରାଧାକ୍ରିଷ୍ଣ ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କୋରାପୁଟ ଜିଲ୍ଲାର ୩୦୦ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି  । କେବଳ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ପାଇଁ ୧୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂସାରୀଗୁଡା ଆଲୁମିନିୟମ ପ୍ରୋଜେକ୍ଟକୁ ମୁଖ୍ୟମନ୍ତ୍ରୀ ନିକଟରେ ଶୁଭ ଉଦଘାଟନ କରିଛନ୍ତି । ଗତ ୧୦ ମାସ ଭିତରେ ମୁଖ୍ୟମନ୍ତ୍ରୀ କେବଳ କୋରାପୁଟ ଜିଲ୍ଲାକୁ ୪୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ନିବେଦନ ଗୁଡିକ ପାଇଁ ଆସନ୍ତା ୧୯ ତାରିଖ ମଧ୍ୟରେ ଖୁସି ଖବର ପାଇବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଏଥିସହ ଖୁବଶୀଘ୍ର ଭତ୍ତା ବଢାଯିବ ବୋଲି କହିଛନ୍ତି ।