spot_img

Latest Posts

ଆରମ୍ଭ ହେଲା ପଞ୍ଚୁକ ବ୍ରତ: ଗାଁଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ

ଭୁବନେଶ୍ୱର: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ । ଆଜିଠୁ ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ । ଏଥି ପାଇଁ ରାଜ୍ୟର ଗାଁଠାରୁ ଆରମ୍ଭ କରି ସହରାଞ୍ଚଳରେ ମଧ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ରହିବ ବୋଲି ଅନୁମାନ କରାଯାଉଥିବା ବେଳେ କଟକ ଜିଲ୍ଲାର ଧବଳେଶ୍ୱର ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶ୍ରୀକ୍ଷେତ୍ରରେ ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ଦ୍ଵାରଫିଟା, ମଙ୍ଗଳ ଆଳତୀ, ଅବକାଶ ନୀତିପରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୁଅନ୍ତି ମହାପ୍ରଭୁ । ଦ୍ଵାଦଶୀରେ ବାଙ୍କଚୂଡ, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ- ନୃସିଂହ ଓ ପୂର୍ଣ୍ଣମୀ ଦିନ ରାଜରାଜେଶ୍ବର ବେଶ ବା ସୁନାବେଶ ହେବ । ପଞ୍ଚୁକ ପାଞ୍ଚ ଦିନ ଜନ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳତି ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ପଞ୍ଚତୀର୍ଥ ଓ ମହୋଦଧିରେ ହବିଷ୍ୟାଳିଙ୍କ ସ୍ନ।ନ ପାଇଁ ସୁରକ୍ଷା ମଧ୍ୟ ବ୍ୟବସ୍ଥା କରିଛି ପ୍ରଶାସନ ।

ଏତଦ୍ ବ୍ୟତୀତ ରାଜ୍ୟର ଅନ୍ୟ ଶୈବପୀଠ ଗୁଡ଼ିକରେ ମଧ୍ୟ ଭକ୍ତଙ୍କ ସମାଗମ ହେବ । ଶ୍ରୀଶ୍ରୀ ଧବଳେଶ୍ୱର ପୀଠରେ ଆଜି ରାତି (ଗୁରୁବାର-ଶୁକ୍ରବାର) ୨ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ଧବଳେଶ୍ୱରଙ୍କୁ ମହାସ୍ନାନ କରାଯାଇଛି। ପରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା। ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରୁଛନ୍ତି। ')}

Latest Posts

Don't Miss