spot_img

Latest Posts

କାଶ୍ମୀରରେ ତୁଷାରପାତ ଜାରି ; ଜନଜୀବନ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ : କାଶ୍ମୀରରେ ତୁଷାରପାତ ଜାରି। ଭୂସ୍ବର୍ଗର ଅଧିକାଂଶ ଅଞ୍ଚଳରେ ବ୍ୟାପକ ତୁଷାରପାତ ହୋଇଛି। ତୁଷାରପାତ ଯୋଗୁ କାଶ୍ମୀରରେ ଅପରୂପ ଦୃଶ୍ୟର ସମ୍ଭାର ସୃଷ୍ଟି ହୋଇଛି। ଲେହ ସମେତ ଅନ୍ୟାନ୍ୟ ଅଞ୍ଚଳରେ ତୁଷାରପାତ ହେବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ପ୍ରକୃତିର ଅପରୂପ ଦୃଶ୍ୟ ଅବଲୋକନ କରିବା ଲାଗି ପର୍ଯ୍ଯଟକମାନେ ବହୁଳ ସଂଖ୍ୟାରେ କାଶ୍ମୀରରେ ପହଞ୍ଚୁଛନ୍ତି। ଗୁରେଜ ଭାଲି, ୱାରବନ ଭାଲି, ଦକ୍ଷିଣ ଓ ଉତ୍ତର କାଶ୍ମୀର, ସିନ୍ଥେନ ଟପ, ରାଜଦାନ ପାସ୍ ସାଧନା ଟପ, ଜୋଜିଲା, ସୋନମାର୍ଗ, ଲେହ, ପୁଞ୍ଚ, କାରଗିଲ ଆଦି ଅଞ୍ଚଳରେ ତୁଷାରପାତ ଜାରି ରହିଛି। ଗତ ଦୁଇ ମାସ ଧରି କାଶ୍ମୀରରେ ନା ବର୍ଷା ହୋଇଥିଲା ନା ବରଫ ପଡ଼ିଥିଲା। କାଶ୍ମୀରରେ ପ୍ରବଳ ତୁଷାରପାତ ହେବାରୁ ଜନଜୀବନ ପ୍ରଭାବିତ ହୋଇଛି।

Latest Posts

Don't Miss