ରାଜ୍ୟର ନୂଆ ହଟ୍‌ସ୍ପଟ୍ କଟିକଟା: ଲୋକଙ୍କ ଅସାବଧାନତା ଆଣିଛି ବିପଦ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ମଙ୍ଗଳାପୁର ବ୍ଳକ୍ କଟିକଟା ପଞ୍ଚାୟତ ରାଜ୍ୟର ନୂଆ ହଟସ୍ପଟ୍ । ଏଠାରେ ମୋଟ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗ ଫେରନ୍ତା । ଅନ୍ୟ ଆକ୍ରାନ୍ତମାନେ ସେମାନଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ସେଠାରେ ଲୋକଙ୍କ ଠାରୁ ଲକ୍‌ଡାଉନ୍‌ ଓ କ୍ୱାରେଣ୍ଟାଇନ୍‌ ନେଇ ଯେଉଁ ସବୁ ସହଯୋଗର ଆଶା କରାଯାଉଥିଲା ସେଭଳି ସହଯୋଗ କରିନାହାଁନ୍ତି । ହୋମ୍‌ କ୍ୱାରେଣ୍ଟାଇନ୍‌ ପାଇଁ ପରାମର୍ଶ ଦିଆଯାଇଥିବା ବ୍ୟକ୍ତି ଅବାଧରେ ସେଠକାର ଅଞ୍ଚଳରେ ବୁଲାବୁଲି କରିଥିଲେ । ଯାହାର ଫଳ ସ୍ୱରୂପ ସେଠାରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ଆଗାମୀ ଦିନରେ ଆହୁରି କିଛି ସଂକ୍ରମିତ ଚିହ୍ନଟ ହେବାର ଆଶଙ୍କା ରହିଛି ବୋଲି ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ । ପୂର୍ବରୁ ଭୁବନେଶ୍ୱର ରାଜ୍ୟର ହଟ୍‌ସ୍ପଟଭାବେ ଉଭା ହୋଇଥିବା ବେଳେ ଏଠାରେ ଆକ୍ରାମଣାତ୍ମକଭାବେ କଷ୍ଟର କଣ୍ଟ୍ରୋଲ ରଣନୀତି ଯୋଗୁଁ କରୋନା ଉପରେ କାବୁ ପାଇପାରିଛୁ । ଏବଂ ଏହି ଷ୍ଟ୍ରାଟେଜି ରାଜ୍ୟର ଅନ୍ୟ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ଥାନମାନଙ୍କରେ ମଧ୍ୟ ଲାଗୁ କରାଯାଉଛି । ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳକୁ ସିଲ୍‌ କରିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଦିଆଯାଉଛି । ଏହି ଆଧାରରେ ପଜିଟିଭ୍‌ ଚିହ୍ନଟ କରାଯାଉଛି । ଯାହା ଦ୍ୱାରା ରାଜ୍ୟରେ କରୋନାକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିଛି ।  ବର୍ତ୍ତମାନ ରାଜ୍ୟରେ ହାରାହାରି ପ୍ରତି ୧ ମିଲିୟନ୍ ଜନସଂଖ୍ୟ ମଧ୍ୟରୁ ୭୯୬ ଜଣଙ୍କ ଟେଷ୍ଟି କରାଯାଉଛି । କରୋନାକୁ ଭଲ ଭାବେ ମୁକାବିଲା କରୁଥିବା ରାଜ୍ୟ କେରଳାର ଟେଷ୍ଟିଂ ସଂଖ୍ୟାଠାରୁ ବି ଅଧିକ  । ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟକ ଟେଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ଧଳ ।

Leave a Reply