ନନ୍ଦିଘୋଷ ବ୍ୟୁରୋ: ଆତ୍ମନିର୍ଭର କରିବ ହସ୍ତକଳା। ଟ୍ରେନିଂ ନେଇ ଉଲରେ କାର୍ପେଟ ତିଆରି କରୁଛନ୍ତି ମହିଳା। ତନ୍ତରେ ଉଲ୍ ଛନ୍ଦି ତିଆରି କରୁଛନ୍ତି ପଶମ ଗାଲିଚା । ବିଶେଷ କରି ଶୀତ ଦିନେ ଏହାର ଭଲ ଚାହିଦା ରହିଛି । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ରାଏସର ଗାଁର ୧୫ରୁ ଅଧିକ ମହିଳା ଦେଖାଇଛନ୍ତି ଉଦାହରଣ।
ଆତ୍ମନିର୍ଭର କରିବ ହସ୍ତକଳା। ପରିଚୟ ଦେବ ପଶମ ଗାଲିଚା। ଉଲ୍ କାର୍ପେଟ ତିଆରି ଲାଗି ତାଲିମ ନେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ରାଏସର ଗାଁର ୧୫ ଜଣ ମହିଳା । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ଯମରେ ତାଲିମ ନେଉଛନ୍ତି । ମହିଳାଙ୍କୁ ଟ୍ରେନିଂ ଦେଉଛନ୍ତି ଜିଲ୍ଲା ହସ୍ତକଳା ବିଭାଗ। କାର୍ପେଟ ତିଆରି ପାଇଁ ତାନା, ଠରି, ଲଛି ଓ ଉଲ ବ୍ୟବହାର ହୋଇଥାଏ। ଏଥିରେ କୁଲା,ବାଡ଼ି, ବାଉଁଶ ବ୍ୟବହାର ସହ କମନା ଓ କସର ବାଉଁଶ ମଧ୍ୟ ବ୍ୟବହାର କରାଯାଏ । ଗୋଟିଏ ଗାଲିଚା ବୁଣିବାକୁ ମାସେ ସମୟ ଲାଗୁଥିବାବେଳେ ପଶମ ଗାଲିଚାର ବଜାର ମୂଲ୍ୟ ଅଧିକ ରହିଛି ।
ଗାଲିଚା ମୂଲ୍ୟ ଅଧିକ ଥିବାରୁ ଓଡ଼ିଶାରେ ଏହାର ଏତେ ଚାହିଦା ନାହିଁ। କିନ୍ତୁ ବାହାର ରାଜ୍ୟରେ ଭଲ ବିକ୍ରି ହେଉଛି । ମେସିନ୍ ବୁଣା ଅଢେ଼ଇ ଫୁଟ କାର୍ପେଟ ମୂଲ୍ଯ ୨୫୦ରୁ ୫ଶହ ଟଙ୍କା ମଧ୍ଯରେ ରହୁଛି । ହାତବୁଣା କାର୍ପେଟର ମୂଲ୍ୟ ୨ ହଜାରରୁ ୨୨ଶହ ରହୁଛି । ବିଭିନ୍ନ ମେଳା ମହୋତ୍ସବ, ବାଲିଯାତ୍ରାରେ ଏହି ଗାଲିଚା ଭଲ ବିକ୍ରି ହୁଏ ହୋଇଥାଏ।

